ପୂର୍ବତନକର୍ମଚାରୀ ନେତା ସୁରେଶ ପଟନାୟକ ଙ୍କ ପରଲୋକ
ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲାର ଜଣାଶୁଣା କର୍ମଚାରୀ ନେତା ସୁରେଶ ପଟନାୟକ ଙ୍କ ଆଜି ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି l
ମୃତ୍ଯୁ ବେଳକୁ ତାଙ୍କୁ ସତୁରି ବର୍ଷ ହୋଇଥିଲା l ଆଜି ଅପରାହ୍ନ ସେ ହଟାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଫୁଲବାଣୀ ସଦର ମହକୁମା ହସ୍ପିଟାଲରେଭର୍ତ୍ତି କରାଯାଇଥିଲା ତେବେ ଅବସ୍ଥା ରେ ସୁଧାର ନ ଆସିବା ଫଳରେ ତାଙ୍କୁ ଭୁବେନଶ୍ୱର ସ୍ଥାନାନ୍ତର କରାଯାଉଥିଲା ହେଲେବାଟରେ ତାଙ୍କର ପରଲୋକ ହୋଇଯାଇଥିଲା lସ୍ବର୍ଗତ ପଟନାୟକ ସର୍ବଦା ସରକାରୀ କର୍ମଚାରୀ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସର୍ବଦା ଲଢେଇ କରିଆସୁଥିଲେ lସହରର ବିଭିନ୍ନ ସଂଗଠନ ସହ ମଧ୍ୟ ସେ ପ୍ରତ୍ୟକ୍ଷ ଭବେଜଡିତ ଥିଲେ l
ତାଙ୍କ ମୃତ୍ୟୁରେ ଫୁଲବାଣୀ ସହରରେ
ଶୋକର ଛାୟା ଖେଳିଯାଇଛି ।
ସହରର ବହୁ ବୁଦ୍ଧିଜିବୀ .ଅବସରପ୍ରାପ୍ତ କର୍ମଚାରୀ ସଂଘ, ପୂର୍ବତନ ଛାତ୍ରସଂଘ, ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମାବେ ଦନା ଜ୍ଞାପନ କରିଛନ୍ତି।
ସେ ଜଣେ ସଂଗଠକ, ମେଳାପୀ ଓ
ପରୋପକାରୀ ବ୍ୟକ୍ତି ଥିଲେ । ସେହିପରି ସ୍ଵର୍ଗତ ସୁରେଶ ପଟନାୟକ ଙ୍କ ପରଲୋକରେ ଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରୀଷ୍ଠ ଆଇନଜିବୀ ଅଶୋକ ବେହେରା, ଅବସରପ୍ରାପ୍ତ କର୍ମଚାରି ପ୍ରଣବ ମଣ୍ଡଳ, ସର୍ବେଶ୍ଵର ମିଶ୍ର, ରାଜେନ୍ଦ୍ରପାଢୀ, ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୁପ ଜେନା, ନାରାୟଣ ସାହୁ, ବିଜୟ ମହାନ୍ତି, ଅଶୋକ ମହାନ୍ତି,ଅବସର ପ୍ରାପ୍ତ କର୍ମଚାରୀ ବ୍ରଜ ପଟନାୟକ, ଅମୀୟ ଦାଶ, ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରୀ ବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































