ସଡକ ଦୁର୍ଘଟଣା ରେ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ଙ୍କ ମୃତ୍ଯୁ
ଫୁଲବାଣୀ(ସୁନୀଲ ପଟନାୟକ )
ଆଉ ଅଳ୍ପ ବାଟ ଯାଇଥିଲେ ଘରେ ପହଂଚି ଥାନ୍ତେ lଘରେ ବି ସମସ୍ତେ ଅନାଇବସିଥିଲେ lହେଲେ ବିଧିର ବିଧାନ ଥିଲା ଅଲଗା lପାଣି କୋଇଲି ଠାରେ ସଡକ ଦୁର୍ଘଟଣା ରେ ଘଟଣା ସ୍ଥଳ ରେ ହିଁ ଜୀବନ ଚାଲିଯାଇଥିଲା l
ମୃତକ ଯନ୍ତ୍ରୀ ଜଣଙ୍କ ହେଲେ ଫୁଲବାଣୀ କ୍ଷୁଦ୍ରଜଳ ସେଚନ ବିଭାଗ ଏସ୍ଟିମେଟ ଯନ୍ତ୍ରୀ ଇଂ. ନୀଳକଣ୍ଠ ପାଢ଼ୀ l ବୟସ ପଚାଶ l ଆସନ୍ତାକାଲି ଦ୍ୱିତୀୟ ଶନିବାର ଛୁଟି, ରବିବାର କୁ ମିଶାଇ ରଜ ପର୍ବ ପାଇଁ ନିଜ ଘର ଵାଲେସ୍ୱର କୁ ନିଜ କlର
ଚଳାଇ ଯାଉଥିଲେ l ତେଵେଜାତୀୟ ରାଜପଥ ପାଣିକୋଇଲି ଠାରେ ଆଗରେ ଯାଉଥିବା ଏକ ଡମ୍ପର କୁ ପଛପଟୁ ଧକା ଦେଈ ଥିଲେ lଫଳରେ କାର ଟି ଡମ୍ପର ଭିତରେ ଗଳିଯାଇଥିଲାl ଆଉ ଘଟଣା ସ୍ଥଳ ରେ ଯନ୍ତ୍ରୀ ପାଢ଼ୀ ଙ୍କମୃତ୍ଯୁ ଘଟିଥିବା ଖବର ମିଳିଛି l
ଯନ୍ତ୍ରୀ ପାଢ଼ୀ ଶୁକ୍ରବାର ସନ୍ଧ୍ୟା ରେ
ଅଫିସ କାର ନେଇ ବାହାରିଥିଲେ ବୋଲି ସ୍ଥାନୀୟ କର୍ମଚାରି ମାନେ କହିଛ ନ୍ତି l
ସ୍ବର୍ଗତ ପାଢ଼ୀ ଙ୍କଅକାଳ ମୃତ୍ଯୁ ରେ ନିର୍ବାହୀ ଯନ୍ତ୍ରୀ ଇଂ. ସୁନୀଲ ତ୍ରିପାଠୀ ସହକାରୀ ଯନ୍ତ୍ରୀ ଇଂ କିରଣ କୁମାର ସୁବୁଦ୍ଧି, ଯନ୍ତ୍ରୀ ଇଂ ପ୍ରଧାନ, କେସିଏର ପି. ତ୍ରିପାଠୀ, ଅମିତ ଙ୍କସମେତ ସମସ୍ତ କର୍ମଚାରୀଓ ଠିକାଦାର ମନୋଜ ମିଶ୍ର, ବସନ୍ତ ପାଢ଼ୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସଂଗେ ସଂଗେଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ସମବେଦନା ଜଣାଇଛନ୍ତି l
ସ୍ବର୍ଗତ ପାଢ଼ୀ ୨ ବର୍ଷ ହେଲା ଫୁଲବାଣୀ କୁ ବଦଳି ହୋଇ ଆସିଥିଲେ lସେ ଜଣେ ମେଳାପୀ, ଦାଇତ୍ୱ ସମ୍ପନ୍ନ, ସଚୋଟ କର୍ମଚାରୀ ଥିଲେ ବୋଲି ସହକାରୀ ଯନ୍ତ୍ରୀ କହିଛନ୍ତି l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































