ଜଣଙ୍କ ପଟ୍ଟାଜମି ଅନ୍ୟ ଜଣଙ୍କ କବଜାରେ, ଅଭିଯୋଗ କଲେ ବି ସୁଫଳ ମିଳୁନି, ଅନଶନ ଧମକ
ଫୁଲବାଣୀ (ସୁନୀଲ ପଟନାୟକ )
ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ lପ୍ରଶାସନ ର ନିର୍ଦେଶ ସତ୍ୱେ ଜାଗା ଖାଲି କରୁ ନି ଜବରଦଖଲକାରୀ ଜଣଙ୍କ l ଖାଲିକରିବାକୁ କହିଲେ ଓଲଟା ଧମକ ଦେଉଛି କୁଆଡେ ଜବରଦଖଲକାରୀ ଜଣଙ୍କ l
ଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳ ରୁ l
ଅଭିଯୋଗ ପ୍ରକାରେ
ସୁଶାନ୍ତ କୁମାର ନାୟକ, ପିତା-ମୂର୍ତ-ତ୍ରିନାଥ ନାୟକ, ଗ୍ରାମ – ଗାଲେରୀ, ଜିଲ୍ଲା-ଗଞ୍ଜାମ ନାମକ ଜନୈକ ସରକାରୀ କର୍ମଚାରୀ ଙ୍କ ନାମରେ କନ୍ଧମାଳ ଜ଼ିଲ୍ଲା ଚକାପାଦ ମୌଜାରେ ଖାତା ନମ୍ବର -249/331,ପ୍ଲଟ ନମ୍ବର 1717/3123, ଏରିଆ 0.120 ଆର, ଘରବାରୀ କିସମରେ ରେକର୍ଡଭୁକ୍ତ ଅଛି | ଉକ୍ତ ଜାଗା ଉପରେ ସୁଶାନ୍ତ ଙ୍କ ଅନୁପସ୍ଥିତର ସୁଯୋଗ ନେଇ ଚକାପାଦ ଅଂଚଳ ର ଖଗେଶ୍ୱର ପାତ୍ର ପିତା-ମୁତ-ଆନନ୍ଦ ପାତ୍ର ଏବଂ ତାଙ୍କର ଚାରିପୁଅ, ଚାରିବୋହୁ ମିଶି ବଳ ପୁର୍ବକ ଉକ୍ତ ଘରଵାରି କୁଦୀର୍ଘ ବର୍ଷ ଧରି ଜବରଦସ୍ତ ବେଆଇନ ଭାବରେ ମାଡି ବସିଛନ୍ତିl ଏନେଇ ସୁଶାନ୍ତ ନାୟକ ଉପ-ଜିଲ୍ଲାପାଳ, ବାଲିଗୁଡ଼ା ଙ୍କୁ ଜଣାଇଥିଲେ ଏବଂଉପଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାସହ କାଗଜ ପତ୍ର କୁ ତନ୍ନ ତନ୍ନ କରି ଯାଞ୍ଚ କରିବାପରେ ଏହି ଜାଗା ସୁଶାନ୍ତଙ୍କର ବୋଲି ରାୟ ଦେବା ସହ ତୁରନ୍ତ ଜବର ଦାଖଲକାରୀ ଙ୍କୁ ଉକ୍ତ ସ୍ଥାନରୁ ଉଛେଦ କରି ଜାଗା ହସ୍ତାନ୍ତର କରିବା ଲାଗି(OLR, Act 23A Case no.01/2019 ଅନୁଯାୟୀ ପାତ୍ର ସଂଖ୍ୟା -3613 ତାରିଖ-02-12-2020) ଅନୁଯାଇ ଚକାପାଦ ତହସିଲଦାର ଙ୍କୁ ନିର୍ଦେଶଦେଇଥିଲେ l
କିନ୍ତୁ ଚକାପାଦ ତହସିଲଦାରଏ ନେଇ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି l ତେଵେ ବାରମ୍ବାର ଅଭିଯୋଗ ପରେ ଜବରଦଖଲ କାରୀଙ୍କୁ ସୁହାଇଲା ପରି ତହସିଲଦାର ପତ୍ର ସଂଖ୍ୟା. 705 ତା-09-03-2021 ରେ ତା.15-03-2021 ରିଖଧାର୍ଯ୍ୟ କରିକୁଆଡେ ଉପର ଠାଉରିଆ ଭାବେ ଉଛେଦ କଲେ l କିନ୍ତୁ କୋଭିଡ କଟକଣା ଯୋଙ୍ଗୁ ଜାଗା ମାଲିକ ସୁଶାନ୍ତ ନାୟକ ଘରକୁ ତାଲା ପକାଇ ଚାଲିଯାଇଥିଲେ l ତାଲା ପଡିଥିବାର ସୁଯୋଗ ଉଣ୍ଡି ଜବରଦଖଲକlରି ମାନେ ପୁଣି ସୁଶାନ୍ତ ଙ୍କ ଘର ର ତାଲା ଭାଙ୍ଗି ଅକ୍ତିଆର କରିଆସୁଛନ୍ତି l ଏ ନେଇ ଜାଗା ମାଲିକ ନାୟକ ପ୍ରଶାସନ ର ଦ୍ରୁଷ୍ଟି ଆକର୍ଷଣ କରିବାରୁ ଜବର
ଦାଖଲକାରୀ ଫୁଲବାଣୀ ସ୍ଥିତ ADM, କୋର୍ଟ ରେ, ବାଲିଗୁଡା ଉପ-ଜିଲ୍ଲା,କାରିଥିବା ଆଦେଶ ବିରୋଧରେ ଆବେଦନ କରିଥିଲା ଏଡ଼ିଏମ ସମସ୍ତବିଷୟ ଯାଞ୍ଚ ପରେ ନାୟକ ସପକ୍ଷରେ (RMA no.02/2021-OLR-23) ରେ ରାୟ ଶୁଣାଇଥିଲେ l କିନ୍ତୁ ସୁଶାନ୍ତ ନାୟକ ADM କନ୍ଧମାଳଙ୍କ ନେଦଶ ନାମlର ନକଲ ନେଇ ଜାଗାକୁ ଯିବାରୁ ଜବରଦଖଲ କାରି ମାନେ ତାଙ୍କୁ ବିଭୀନ ମାରଣଅସ୍ତ୍ରଧରିଜାଗା ଛାଡି ଚାଲି ଯିବାକୁ ଧମକ ଦେଇଥିଲେ ଏହି ଭୟରେ ସେଯାଇ ଚକାପାଦ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ନ୍ୟାୟ ମାଗିଥିଲେ l ଯାହା FIR no.28 ତା-07-05-2022 ରୁ ଜଣାପଡିଛି l
ଅଭିଯୋଗ କରିବାର ଏକ ମାସରୁ ଉର୍ଧ୍ଵ ସମୟ ବିତି ଯାଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗକାରୀ ସୁଶାନ୍ତ କହିଛନ୍ତି l ଏ ନେଇ ସୁଶାନ୍ତ କନ୍ଧ ମାଳ ଜିଲ୍ଲାପାଳ ଏବଂ SP, କନ୍ଧ ମାଳ ଙ୍କୁ ଗୁହାରି ଜଣାଇଛନ୍ତି, କିନ୍ତୁ ସୁଫଳ ମିଳୁନି l ଯଦି ଜଣେ ସରକାରୀ କର୍ମଚାରୀ ଙ୍କୁ ନ୍ୟାୟ ମିଳୁନି ଗରିବ ଗୁରୁବାଙ୍କ କଥା ପଚା ରେ କିଏ ? ଏହି ଆଇନ ର ଲମ୍ବା ଲଢେଇରେ ସୁଶାନ୍ତ ଙ୍କୁ ନ୍ୟାୟ ମିଳିବତ ??ଏହାକୁ ନେଇ ଏବେ ଚର୍ଚା ହେଉଛି l
ସୁଶାନ୍ତ ଙ୍କୁ ନ୍ୟାୟ ନ ମିଳିଲେ ପରିବାର ଲୋକେ ବାଧ୍ୟ ହୋଇ ଜିଲାପାଳ କାର୍ଯାଳୟ ଙ୍କ ସମ୍ମୁଖରେ ଅନଶନ ରେ ବସିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି l
ତେଵେ ସୁଶାନ୍ତ ଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାର କଥା ?
କେବଳ ସୁଶାନ୍ତ ଏକା ନୁହଁନ୍ତି ସୁଶାନ୍ତ ଙ୍କ ଭଳି ଅନେକ ଲୋକକଂ ପଟ୍ଟା ଜମି ଜବରଦଖଲ କାରୀଙ୍କ କବଜାରେ ରହିଛି ଆଉ ନ୍ୟାୟ ପାଇଁ ଆଇନ ଅଦାଲତ ର ବୁଢିଆଣୀ ଜାଲ ରେ ଛନ୍ଦି ହୋଇପଡିଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































