ତିରିଶ ହଜାର ଟୁଇଟ କରି ରେକର୍ଡ ସୃଷ୍ଟି କଲେ ରାଜେଶ
ଫୁଲବାଣୀ(ସୁନୀଲ ପଟନାୟକ )
ଗୋଟିଏ କି ଦୁଇଟି ନୁହେଁ ତିରିଶ ହଜାର ଟୁଇଟ କରି ରେକର୍ଡ ସୃଷ୍ଟି କରିଛନ୍ତି କନ୍ଧମାଳ ଜିଲାର କଳି ଙ୍ଗାଅଂଚଳ ରରାଜେଶ କୁମାର ବଗର୍ତି l ରାଜେଶ କେବଳ କନ୍ଧମାଳ ନୁହେଁ
ସମଗ୍ର ଓଡ଼ିଶା ରାଜ୍ୟର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ସମସ୍ୟା ତଥା ବିକାଶ ମୂଳକ କାର୍ଯ୍ୟ ପାଇଁ ଗତ ୨୦୧୫ ମସିହା ଠାରୁ ତଥା ପ୍ରତିଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ Twitter ମାଧ୍ୟମରେ Tweet କରି ଅବଗତ କରିବା ସହିତ ବିଭିନ୍ନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପତ୍ର ଲେଖିଥାଏ । ଆଜି ଉଭୟ Tweet ସଂଖ୍ୟା -୨୫୪୦୦ ଏବଂ ଚିଠି ପତ୍ର ସଂଖ୍ୟା-୪୭୦୩ ମିଶି ୩୦ ହଜାର ଅତିକ୍ରମ କରିଛି । ଏହି କାର୍ଯ୍ୟ ଧାରା ଯୋଗୁଁ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ କ୍ଷେତ୍ରରେ ୨୫୦୦୦ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଆପଣଙ୍କର ସ୍ନେହ, ଶ୍ରଦ୍ଧା, ସାହାଯ୍ୟ, ସହଯୋଗ ଏବଂ ଭଲ ପାଇବା ଯୋଗୁଁ ଆଜି ଏହି ସବୁ ସମ୍ଭବ ହୋଇପାରିଥିବା ସେ କହିଛନ୍ତି l
ଆଗକୁ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସାମାଜିକ ଓ ବିକାଶ ମୂଳକ କାର୍ଯ୍ୟଧାରା ଜାରି ରଖିବେ ବୋଲି ରାଜେଶ କହିଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































