ନିଆରା ଢଙ୍ଗରେ ବାଣ୍ଟିଲେ ଅଭୟ ଜଗନ୍ନାଥ ଙ୍କ ଫଟୋ ଚିତ୍ର, ଫଟୋନେବା ଲାଗି ପ୍ରବଳ ଗହଳି
ଆଠଗଡ (ଉଲାପ୍ର )ସବୁବେଳେ ସବୁ ସମୟରେ ଆଠଗଡ ର ଯୁବ ସଂଗଠକ ଅଭୟ ବାରିକ ନିଆରା କାର୍ଯ୍ୟକ୍ରମ କରି ଲୋକଲୋଚନ ରେ ଆଦୃତ ହୁଅନ୍ତି, ସେହିପରି ଦୀର୍ଘଦିନର ବ୍ୟବଧାନ ପରେ ଅଭୟ ବାରିକ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଅବସରରେ ଆଠଗଡ ର ଅଟ୍ଟାଳି ଜଗନ୍ନାଥ ଙ୍କ ରଥ ଆଗରେ ସାମ୍ବାଦିକ, କିଛି ବ୍ୟକ୍ତି ବିଶେଷ, ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ ମାନଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହିତ ଜଗନ୍ନାଥ ଙ୍କ ଫଟୋ ପ୍ରଦାନ କରି ଚର୍ଚ୍ଚାକୁ
ଆସିଛନ୍ତି, ସେହିପରି ଗୋପବନ୍ଧୁ ଛକରେ ଅଭୟ ବାରିକ ତାଙ୍କ ସହଯୋଗୀ ସରୋଜ ଦାସଙ୍କ ସହଯୋଗରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତ ମାନଙ୍କୁ ଜଗନ୍ନାଥ ଙ୍କ ଫଟୋ ପ୍ରଦାନ କରିଛନ୍ତି, ଏହି ଫଟୋଟି ଏତେ ସୁନ୍ଦର ହୋଇଛି ଯେ ଫଟୋ ନେବାଲାଗି ଭକ୍ତଙ୍କ ମଧ୍ୟରେ ଠେଲାପେଲା ହେଉଥିବାର ଦେଖିବାକୁ ମିଳିଥିଲା, ଫଟୋ ନେବାଲାଗି ପୁରୁଷ ଓ ମହିଳାଙ୍କ ବ୍ୟତୀତ ଛୋଟ ପିଲା ମାନଙ୍କର ଲମ୍ବା ଲାଇନ ମଧ୍ୟ ହୋଇଥିବା ଦେଖା ଯାଇଥିଲା, ରଥଯାତ୍ରା ଅବସରରେ ଅଭୟ ବାରିକ ପ୍ରାୟ ଏକହଯାର ରୁ ଅଧିକ ଜଗନ୍ନାଥ ଙ୍କ ଫଟୋ ବଣ୍ଟନ କରିଥିଲେ, ଏଥିରେ ତାଙ୍କୁ ସହଯୋଗ କରିଥିଲେ ଟୁକୁ ସାମଲ, ମନୋଜ ଦାସ, ପ୍ରଶାନ୍ତ ବେହେରା,
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































