ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଝାଲିଆଗୁଡ଼ା ଠାରେ ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ସ୍ଵତନ୍ତ୍ର ପଲ୍ଲୀସଭା ଅଭିଯାନ ଉଦଘାଟିତ
 
                                ନବରଙ୍ଗପୁର(ଉଲାପ୍ର ): ନବରଙ୍ଗପୁର ଜିଲ୍ଲାରେ କାଯ୍ୟ କରିଆସୁଥିବା ଜନ ସଂଗଠନ “ମହିଳା ଜନ ସୁରକ୍ଷା ମଞ୍ଚ” ନବରଙ୍ଗପୁର ତରଫରୁ ଓ ଆତ୍ମଶକ୍ତି ଟ୍ରଷ୍ଟ ଦିଗଦର୍ଶନରେ ଦାବୁଗାଁ ବ୍ଲକର କୋଇଲାରି ପଞ୍ଚାୟତ ଅନ୍ତର୍ଗତ ଝାଲିଆଗୁଡା ଠାରେ ସ୍ଵତନ୍ତ୍ର ପଲ୍ଲୀସଭା ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ କୋଇଲାରି ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ସନମତି ଭତ୍ରା ଯୋଗଦେଇ ଗ୍ରାମ ଓ ଚାଷଜମି ପାଇ ଆବଶ୍ୟକ ଜଳ ସମସ୍ୟା ଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୱାର୍ଡ ମେମ୍ବର ଶ୍ରୀମତୀ ରତ୍ନା ଜାନି ବୈଠକରେ ସଭାପତିତ୍ବ କରି ଜଳ ସମସ୍ୟା ଉପରେ ମତ ଦେଇଥିଲେ । ଗ୍ରାମର ଅଗ୍ରଣୀ ଚାଷୀ ଶ୍ରୀ ଦଇନୁ ଭତ୍ରା ପ୍ରାଥମିକ ଓ ଦ୍ଵିତୀୟ ଚାଷ ଉପରେ ଜଳ ସମସ୍ୟା ଉପରେ ସାମୁହିକ ଦାବି ଉପସ୍ଥାପିତ କରିଥିଲେ । ଆତ୍ମାଶକ୍ତି ଟ୍ରଷ୍ଟ
ଅନୁଷ୍ଠାନର ନବରଙ୍ଗପୁର ଜିଲ୍ଲାର ଟିମ୍ ଲିଡର ଶ୍ରୀ ବସନ୍ତ କୁମାର ସ୍ବାଇଁ ସ୍ଵତନ୍ତ୍ର ପଲ୍ଲୀସଭା ଅଭିଯାନର ଉଦ୍ଧଶ୍ୟ , ଚାଷ ପାଇଁ ଜଳ ଓ ପଲ୍ଲୀସଭା ଓ ଗ୍ରାମସଭା ଜନସହଭାଗିତା ଉପରେ ଆଲୋକପାତ କରିଥିଲେ । ବ୍ଲକ୍ ସଂଯାଯୋକ ଶ୍ରୀ ଚନ୍ଦ୍ରଭାନୁ ଭୁକ୍ତା ଅଭିଯାନର ଗୁରୁତ୍ଵ ଉପରେ କହିଥିଲେ। ଉପସ୍ଥିତ ଥିବା ସମସ୍ତ ଅଂଶଗ୍ରଣକାରୀଙ୍କ ମଧ୍ୟରେ ଆଲୋଚନା କରାଯାଇ ଏକ ଦଶଜଣିଆ କମିଟି ଗଠନ କରାଯାଇ ଗ୍ରାମସଭାରେ ଆଜି ଜଳ ନିମନ୍ତେ ବିଭିନ୍ନ ଦାବି ଉପସ୍ଥାପନ ପାଇଁ ଦାବୀପତ୍ର ଦେବାକୁ ଦାୟିତ୍ଵ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜନସାଥି ଶ୍ରୀମତୀ ତୁଲାବତୀ ଜାନି , ଲେଲେଶ୍ୱରି ନାୟକ ଓ ଗ୍ରାମ ସ୍ଵେଚ୍ଛାସେବୀ ସୁଭଦ୍ରା ଭଦ୍ରା କାର୍ଯ୍ୟକ୍ରମରେ ସହଯୋଗ କହିଥିଲେ । ଶ୍ରୀ ବସନ୍ତ କୁମାର ସ୍ବାଇଁ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ ଚନ୍ଦ୍ରଭାନୁ ଭୁକ୍ତା ସମସ୍ତ ଅଂଶଗ୍ରହକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ସ୍ୱତନ୍ତ୍ର ପଲ୍ଲୀସଭା ଅଭିଯାନରେ ୬୦ରୁ ଉର୍ଦ୍ଧ ଗ୍ରାମବାସୀ ଅଂଶଗ୍ରଣ କରିଥିଲେ ।
 
         
             Odia
 Odia 















































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































