ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ପୁଣିଶିକ୍ଷକଙ୍କ ମାଡରେ ଛାତ୍ର ଲହୁ ଲୁହାଣ
ଫୁଲବାଣୀ (ସୁନୀଲ ପଟନାୟକ)
ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ, l ପୁଣି ଜଣେ ଶିକ୍ଷକଙ୍କ ମାଡରେ ଛାତ୍ର ଲହୁ ଲୁହାଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାଟି ଘଟିଛିକନ୍ଧମାଳ ଜିଲ୍ଲାଟିକାବାଲି ବ୍ଲକପିକରଡି ପଞ୍ଚାୟତ ହାଇସ୍କୁଲରେ। ସ୍କୁଲର ଜିତେନ୍ଦ୍ର ମଲିକ ନାମକ ଜଣେ ଶିକ୍ଷକ ନିଶା ଗ୍ର ସ୍ତ ଅବସ୍ଥାରେ କୁଆଡେ ପ୍ରତିଦିନ ନିଶା ଗ୍ରସ୍ତ ଅବସ୍ଥାରେ ସ୍କୁଲକୁ ଆସି ଛାତ୍ରଛାତ୍ରୀମାନଙ୍କୁ ଗାଳି ଗୁଳଜ କରିବା ସହ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଗତକାଲି ଚିନ୍ମୟ ପ୍ରଧାନ ନାମକ ୯ମ ଶ୍ରେଣୀ ଛାତ୍ରଙ୍କୁ ଏହି ଶିକ୍ଷକ ମାଡ ମାରିବା ଫଳରେ ଛାତ୍ର ଚିନ୍ମୟ ଆହତ ହୋଇଥିବା ଅଭିଯୋଗ ହୋଇଛି । ଭୟରେ ବର୍ତ୍ତମାନ ଛାତ୍ର ଜଣକ ଭୟରେ ସ୍କୁଲ ଆସୁନି । ସୂଚନାଯୋଗ୍ୟଯେ, ଗତ ମାସରେ ସିମାନ ବାଡ଼ି ହାଇସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ମାଡମାରିବା ଫଳରେ ଛାତ୍ରୀ ଜଣଙ୍କ ଘରେ ଜଣାଇବା ପରେ ଛାତ୍ରୀର ବାପା ଦାରିଙ୍ଗବାଡିଥାନାରେ ଏତେଲା ଦେଇଥିଲେ।
ପରେ ଏ ସଂପର୍କରେ ଆଲୋଚନା ପରେ ଛାତ୍ରୀ ଜଣଙ୍କ ମାସ କପରେ ସ୍କୁଲ ଆସିଥିଲା
ଏତେ ଘଟଣା ପରେ ବି ଶିକ୍ଷକମାନଙ୍କ ମାନସିକତାରେ ପରିବର୍ତ୍ତନ ହେଉନି। ଏହି ପ୍ରତି ଜିଲ୍ଲାପାଳ ଦୃଷ୍ଟିଦେଇ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































