ୟେ କି ସେବା ?? ଡ଼ିଉଟି ସମୟରେ ନର୍ସ ଶୋଇଗଲେ,ରୋଗୀ ଡାକିଲେ ବି ନିଦ ଭାଙ୍ଗୁନି
ଫୁଲବାଣୀ(ଉଲପ୍ରା )
ସରକାର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ପର୍ଯ୍ୟାପ୍ତ ଦରମା ଦେଇ ଡାକ୍ତର, ନର୍ସ ନିଯୁକ୍ତି କରିଛନ୍ତି ହେଲେ ସ୍ୱାସ୍ଥ୍ୟ ବିଭାଗ ର ଗୁରୁତ୍ୱପୂର୍ଣ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଡିଉଟି ସମୟରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି l ଫଳରେ ରୋଗୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ଫୁଲବାଣୀ ସଦରମହକୁମା ଡାକ୍ତରଖାନା ରେ ଜଣେ ନର୍ସ ଡିଉଟି ସମୟରେ ଘୁଙ୍ଗୁଡ଼ି ମାରି ଶୋଇପଡ଼ିଥଲେ l ରୋଗୀ ଓସମ୍ପର୍କୀୟ ମାନେ ନର୍ସ ଙ୍କୁ ଡାକିଲେ ବି ଶୁଣିନଥିଲେ l ତେଵେ ମେଡିକାଲ ଭିତରେ ରୋଗୀଙ୍କ ସମ୍ପର୍କୀୟ କେହି ମୋବାଇଲ ରେ ଫୋଟୋ ଉଠାଇ ଭାଇରଲ କରିଥିବା ଜଣାପଡିଛି l
ତେଵେ ସଦର ମହକୁମା ଡାକ୍ତର ଖାନା ରେ ଯଦି ଏଭଳି ଅବସ୍ଥl, ଗ୍ରାମାଞ୍ଚଳ ରେ ଥିବା ଡାକ୍ତରଖାନା ରେ କିଭଳି ରୋଗୀସେବା ହେଉଥିବ ତାହା ଏଥିରୁ ଜଣାପଡୁଛି lଏଭଳି କର୍ମଚାରୀ ଙ୍କ ବିରୁଦ୍ଧରେ ଜିଲା ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦେଖିବାକୁ ବାକି ରହିଲା l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































