ଭେଟଖୋଲ ଘାଟିରେ ଦୂର୍ଘଟଣା ହାଇଟେକବସ ଓ ହାଇୱl ମୁହାଁମୁହିଁ ଧକ୍କା, କୋଡିଏ ଆହତ
ଫୁଲବାଣୀ (ସୁନୀଲ ପଟନାୟକ )
ଆସ୍କା ରୁ ବନ୍ଧବାହାଲ ଯାଉଥିବା OSRTC ଯାତ୍ରୀ ବାହି ବସ ଫୁଲବାଣୀର ଭେଟଖୋଲ ଘାଟି ବୁଲା ଣି ରାସ୍ତାରେ ସାମନା ପଟୁ ଆସୁଥିବା ଏକ ବାଲି ବୋଝେଇ ହାଇବା ଟ୍ରକ୍ ଦୂତ ଗତିରେ ଆସି ମୁହଁ ମୁଁହୁ ଧକ୍କା ଦେଇଥିଲା ଫଳରେ OSRTC ବସ ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ 5 ଜଣ ଗୁରୁତର ହୋଇଥିବା ବେଳେ 15 ଜଣ ସାମାନ୍ୟ ଆହତ ହୋଇଛନ୍ତି |ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରା ଯାଇଛି |ଖବର ପାଇ ଫୁଲବାଣୀ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତଙ୍କୁ ଉଦ୍ଧାର କରିବା ସହ ଟ୍ରକ୍ ଡ୍ରାଇଭର୍ କୁ ଅଟକ ରଖିଛନ୍ତି | ବସ ରେ ଥିବା ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର କରି ଅନ୍ୟ ଏକ ବସ ରେ ସୁରକ୍ଷିତ ଭାବେ ପଠାଯାଉଛି | ଏ ସମ୍ପର୍କରେ ସଦର ପୋଲିସ୍ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଳାଇଛି |
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































