ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁ ୧୦ ବର୍ଷ ଜେଲ ଓ ଜରିମାନା
ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ଭାସ୍କର ଚନ୍ଦ୍ର ସାହୁ ଶନିବାର ୯ ବର୍ଷୀୟା ନାବାଳିକା ଦୁସ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଟୁଟୁ ମିଶ୍ର କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ପଚାଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l
ଜରିମାନା ଅନାଦେୟ ତାକୁ ଆଉ ଅଧିକ ଛଅ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ବିଚାରପତି ଆଦେଶ ଦେଇଛନ୍ତି। ସୁଚନା ଅନୁଯାୟୀ ଗତ ୨୦୧୭ମସିହା ଜୁଲାଇ ୧୩ ତାରିଖ ରେ ପିଡିତ।ମିକଚର କିଣିବାକୁ ଆସିଥିବାବେଳେ ଚକଲେଟ ଦେବାକୁ କହି କ୍ଲବ ଘରକୁ ଡାକି ଦୁଷ୍କର୍ମ କରି ଥିଲା।ପିଡିତାଚିକ୍ରାର କରିବାରୁ ମାଆ ଦଉଡ଼ି ଆସିବାରୁ ଅଭିଯୁକ୍ତ ଟୁଟୁ ଦଉନି ପଳାଇ ଥିଲା ।
ପରଦିନ ପିଡିତାର ମା ଖକୁରୀପଡ଼ା ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ଅନୁଯାୟୀ ଖକୁରୀପଡ଼ା ପୋଲିସ ଏକ ମାମଲା ୬୭/୧୭ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଶନିବାର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ଵତନ୍ତ୍ରପକ୍ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ସେହି ମାମଲାର ୯ଜଣ ସାକ୍ଷୀ, ପୋଲିସ ରିପୋର୍ଟ ,ଡାକ୍ତରୀ ରିପୋର୍ଟ, ଅଭିଯୁକ୍ତରବୟାନକୁ ଭିତ୍ତିକରି ଉପରୋକ୍ତ ରାୟ ଶୁଣାଇଛନ୍ତ। ସରକାରଙ୍କ ପକ୍ଷରୁ ସରକାରୀ ଓ କିଲ ବନମାଳୀ ବେହେରା ମକଦ୍ଦମା ପରିଚାଳନା କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































