ଲଗାଣ ବର୍ଷା ଘାଟି ରୁ ମାଟି ଅତଡା ଖସି ରାସ୍ତା ଅବରୋଧ
                                
ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲା ରେ ଲଗାଣ ବର୍ଷା ଫଳରେ ଏବେ ଜିଲାରେ ଥିବା ବିଭିନ୍ନ ଘାଟୀରୁ ମାଟି ଅତଡ଼ା ସହ ବଡ଼ବଡ଼ ପଥର ମାନ ଖସୁଛି lଫଳରେ ଗାଡିମଟର ଯା ଆସ କରିବାରେ ବାଧା ସୃଷ୍ଟି ହେଉଛି lଜୀଲାର ସବୁଠୁ ବଡ଼ଘାଟି
ବ୍ରହ୍ମପୁର ଯିବାରାସ୍ତାରେ କଳିଙ୍ଗlଘାଟି ହେଉ ବୋୖଧ ଯିବା ରାସ୍ତାରେ ରାଣୀପଥର, ଭୁବେନେଶ୍ୱର ରାସ୍ତା ରେ ମାଧ ପୁର, ଘାଟି ସମେତ କୁଡୁକି, ତୁମୁଡିବନ୍ଧ ଓ ବେଲଘର ସାରଙ୍ଗଡ଼, ଆଦି ଘାଟି ରେ ମାଟି ଅତଡ଼ା ଖସୁଥିବାରୁ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି l
ଏ ସବୁ ସଫା କରିବାରେ ବିଳମ୍ବ ହେଉଛି lବିଭିନ୍ନ ସମୟରେ ଦୂର୍ଘଟଣା ମାନ ଘଟୁଛି lଆଜି ଅପରାହ୍ନ ରେ ଫୁଲବାଣୀ ବୌଦ୍ଧ ରାସ୍ତାର ରାଣୀପଥର ଘାଟି ଅଞ୍ଚଳରେ ପାହାଡ଼ ଉପରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି lଏବେ ରାସ୍ତା ସଫା କରାଯିବାଲାଗି ଉଦ୍ୟମ କରାଯାଉଥିବା ଜଣାପଡିଛି l
ଗାଡି ମଟର ଚାଳକ ମାନେ ସତର୍କତା ଅବଲମ୍ବନ କରି ଗାଡି ଚଳାଇବା ପାଈଁ ପରିବହନ ବିଭାଗ ଆରଟି ଓ ଗତିକୃଷ୍ଣ ସାମନ୍ତରାୟ ପରାମର୍ଶ ଦେଇଛି l
        
            
 Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































