ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ
ଢେଙ୍କାନାଳ ବସଷ୍ଟାଣ୍ଡ ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କ୍ରାନ୍ତି ଦିବସ ଢେଙ୍କାନାଳ ସଚେତନ ନାଗରିକ ଫୋରମ ତରଫରୁ ପାଳନ କରାଯାଇଛି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ବ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ Dr ଶାନ୍ତି ଭୂଷଣ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କ୍ରାନ୍ତି ଦିବସର ତାପ୍ତର୍ଯ୍ୟ ଉପରେ ଆଲୋକପାତ କରିଥିଲେ, ଉପଦେଷ୍ଟା ପଙ୍କଜ ନାୟକ, ଉପସଭାପତି ଆଇନଜୀବି ଦୀପକ ପ୍ରସାଦ ପଟ୍ଟନାୟକ, ସହ ସମ୍ପାଦକ ଆଇନଜୀବି ଗୁପ୍ତେଶ୍ୱର ମିଶ୍ର, ସରୋଜ ଶତପଥି, ଶିକ୍ଷକ ସୁରେଶ କୁମାର ପଣ୍ଡା, ଶିକ୍ଷକ ରୁଦ୍ରମାଧବ ହୋତା, ଶିକ୍ଷିକା ବିଚିତ୍ରା ସାହୁ, ଅମରେନ୍ଦ୍ର ସାହୁ, ଆଇନଜୀବି ଅମ୍ବିକା ମିଶ୍ର, ଦୟାନିଧି ବେହେରା, ଯୁଗଳ ପ୍ରଧାନ, ଚିତ୍ତରଞ୍ଜନ ରାଉତ, ଦଣ୍ଡପାଣି ଦାସ ଅଜିତ କୁମାର ବେହେରା ଆଦି ଉପସ୍ଥିତ ଥିଲେ,ଫୋରମର ସମ୍ପାଦକ ଭରତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































