ବୁଦ୍ଧିଜୀବୀ ସମ୍ମିଳନୀଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ସ୍ୱାଧୀନତାର ଅମୃତ ମହୋତ୍ସବର ଶୁଭ ଉଦଘାଟନ ହୋଇ ଯାଇଛି l
ସକlଳେ ଶିଶୁମାନଙ୍କ ଦ୍ୱାରା ଗୋପୁଜାନ, ରକ୍ଷାବନ୍ଧନ, ପଞ୍ଚସ୍ତରୀ ଟି ଦୀପଯଜ୍ଞ, ବିଭିନ୍ନ ବସ୍ତି ଓ ସାହିରେ ବୁଲି ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଆୟୋଜିତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ଅତିଥି ପରିଚୟ ଓ ଦିବସର ମହତ୍ୱ ବିଷୟରେ କହିଥିଲା ବେଳେ ଶିକ୍ଷାବିତ ବିବତ୍ସ ପରିଛା ଶିଶୁମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ l ଅପରାହ୍ଣରେ ନଗରର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ଭବ୍ୟ ବୌଦ୍ଧିକ କାର୍ଯ୍ୟକ୍ରମ ଓ ପଞ୍ଚସ୍ତରୀଟି ଦୀପଯଜ୍ଞ ହୋଇଥିଲା lଜଲେଶପଟାସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ମାର୍ଗଦର୍ଶକ ତଥା ପୂଜ୍ୟ ସ୍ୱାମୀଜୀ ମାନନୀୟ ଜୀବନ ମୁକ୍ତାନନ୍ଦ ପୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଖଣ୍ଡ ଭାରତର ଇତିହାସ ଓ ଆମର ବୈଭବମୟ ସଂସ୍କୃତି ଉପରେ ସାରଗର୍ଭକ ଭାଷଣ ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଠା ତଥା ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ବି. ଜେ. ପି. ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମlନସେଠ, କନ୍ୟାଶ୍ରମର ପରିଚାଳିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଅଧ୍ୟାପିକା ସ୍ଵାଗତିକ ସାହୁ, ଗୁରୁକୁଳ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ହରେଶ୍ ମଣ୍ଡଳ ପ୍ରଭୃତି ପ୍ରେରଣା ଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ସଭାପତିତ୍ୱ ଶ ପୁରୁଷୋତ୍ତମ ଲେଙ୍କା କରିଥିଲା ବେଳେ ଯୁଗ୍ମ ସମ୍ପାଦକ ମୁରଲୀଧର ମହାପାତ୍ର ଧନ୍ୟବାଦ ଦେଇଥିଲେ l ଅନ୍ୟମାନଙ୍କ ମଧରେ ଶିକ୍ଷକ ସଂଘର ବ୍ଲକ ସଭାପତି ଶରତ ଦେସିନାୟକ, ପଲ୍ଲିଶ୍ରୀ ସଙ୍ଗୀତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ବେହେରା, ଶିକ୍ଷକ ମୋତିରାମ ନାୟକ,ବିଶ୍ୱନାଥ ନାୟକ ଆମ୍ବୁଜ ପରସେଠ, ସୁବୋଧ ପରସେଠ, ଅରକ୍ଷିତ ମଝି, ଉପସଭାପତି ପ୍ରସନ୍ନ ସାହୁ, ସୁଶାନ୍ତ ପାତ୍ର,ଅଭିଭାବକ ଚନ୍ଦ୍ରମଣି ପଣ୍ଡା,ସଞ୍ଜୟ କୁମାର ସାହୁ, ସୁମନ ନାୟକ, ଆଚାର୍ଯ୍ୟl ସସ୍ମିତା ପଣ୍ଡା, ନିର୍ମଳା ରାଓ,ସରସ୍ବତୀ ନାୟକ, ପୁଷ୍ପଲତା ନାୟକ,ଆଚାର୍ଯ୍ୟ ଅଭିମନ୍ୟୁ ନାୟକ, ପ୍ରମୋଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ l ପ୍ରକାଶ ଥାଉକି ଆସନ୍ତା ଅଖଣ୍ଡ ଭାରତ ଦିବସରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଧଳା ସୂଚନା ଦେଇଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































