କେବଳ ସୈନିକ ହିଁ ଏହି କାମ କରିପାରିବ, ବିପଦପୁର୍ଣ କାଠୁଆ ହୁଲି ଡ଼ଙ୍ଗା ଚଳାଇ ବନ୍ୟା ପ୍ରପୀଡ଼ିତ ଙ୍କ ପାଖରେ ପହଞ୍ଚି ଅଭୟ ବାଣ୍ଟିଲେ ଶୁଖିଲା ଖାଦ୍ୟ
ଆଠଗଡ (ଉଲାପ୍ର)କେବଳ ସୈନିକ ହିଁ ଏହି କାମ କରିପାରିବ, ଯାହା କରି ଦେଖାଇଛନ୍ତି ଅବସରପ୍ରାପ୍ତ ସୈନିକ ଆଠଗଡ ଯୁବ ସଂଗଠକ ଅଭୟ ବାରିକ, ଆଜି ମହାନଦୀର ପଛୁଆ ବନ୍ୟା ଜଳରେ ବିଷ୍ଣୁପୁର, ଗୋପୀନାଥ ପଡା, କାପ୍ତା ବରେଇ, ଲିଙ୍ଗାପଦା ପ୍ରଭୁତି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ଜଳବନ୍ଦୀ ଥିବା ଲୋକ ମାନଙ୍କ ପାଖରେ ପହଞ୍ଚି ଥିଲେ ଅଭୟ, ବ୍ରାହ୍ମଣ ବସ୍ତ ଠାରୁ ଏକ କାଠୁଆ ହୋଲି ଡ଼ଙ୍ଗାରେ ନିଜର କିଛି ସମର୍ଥକ ଙ୍କୁ ନେଇ ଜୀବନକୁ ବାଜି
ଲଗାଇ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ, ଯାହାକି ଅନ୍ୟ କୌଣସି ନେତାଙ୍କ ପାଖରେ ଏହା ଦେଖା ଯାଇ ନଥାଏ, ଦୀର୍ଘ ଦଶ କିଲୋମିଟର ପର୍ଯ୍ୟନ୍ତ ବିପଦପୁର୍ଣ ହୁଲି କାଠୁଆ ଡଙ୍ଗାକୁ ନିଜେ ଚଳାଇ ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବା ଘଟଣାକୁ ଏହି ସବୁ ଗ୍ରାମବାସୀ ବେଶ ପସନ୍ଦ କରିଛନ୍ତି, ବିପଦ ବେଳର ବନ୍ଧୁ ପ୍ରକୃତ ବନ୍ଧୁର ପରିଚୟ ଦେଇଛନ୍ତି ଅଭୟ,
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































