ଫୁଲବାଣୀ ସହର ରେ ପ୍ରବଳ ବର୍ଷା, ଗଛ ପଡି ଉଠା ଦୋକାନ, କାର ଭାଙ୍ଗିଲା
ଫୁଲବାଣୀ (ସୁନୀଲ ପଟନାୟକ )
ଗୁରୁବାର ରାତିରୁ ଫୁଲବାଣୀ ସହର ରେ ପ୍ରବଳ ବର୍ଷା ହେବା ଫଳରେ ମଦୀକୁନ୍ଦl ଛକ ରେ ବିରାଟ ଆମ୍ବ. ଗଛ ଉପୁଡିପଡିବା ଫଳରେ ନିକଟରେ ଥିବା କେତକ କେବିନ ଭାଙ୍ଗି ରୁଜି ଯାଇଥିବା ବେଳେ ପାଖରେ ଥିବା ଏକ ନୂଆ ନାଲି ରଙ୍ଗର ମାରୁତି କାର Od-12b-6968କ୍ଷତି ଗ୍ରସ୍ତ ହୋଇଛି l
ଗଛ ପଡି ବିଦ୍ୟୁତ ତାର ଛିଣ୍ଡିଯିବା ଫଳରେ ଗୁରୁବାର ରାତିରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି l
ପ୍ରବଳ ବର୍ଷlରେ ଡ୍ରେନ ଅବରାଧ ଫଳରେ ବଜାର ମୁଖ୍ୟ ରାସ୍ତାରେ ପାଣି ହେଇଯାଇଛି lସେହିପରି ସହର ର ବିଭିନ୍ନତଳ ଅଂଚଳ ରେ ବର୍ଷା ପାଣି କେତେଜଣ ଙ୍କ ଘରେ ପଶିଥିବା ଖବର ମିଳିଛି l
ସେହିପରି ଜିଲ୍ଲାର ବିଭି ନ ସ୍ଥାନରେ
ମଧ୍ୟ ପ୍ରବଳ ବର୍ଷା ହେବା ଫଳରେ ନଦୀ ନାଳରେ ବନ୍ୟାଜଳ ଆସିବା ଯୋଗୁଁ ଯୋଗାଯୋଗ ବିଛିନ ହୋଇପଡିଥିବା ଖବର ମିଳିଛି l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































