୧୨ ଫୁଟର ଅଜଗର ସାପ ଉଦ୍ଧାର
ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ, 22।8:
କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରଠୁ ପ୍ରାୟ ୫ କିଲୋମିଟର ଦୂର କଲାଡି ଗ୍ରାମର ଅମିତ କହଁ ର ବଗିଚାରେ ପ୍ରାୟ ୧୨ଫୁଟର ଅଜଗର ସାପ ପଶି ଆସିଥିବା ନେଇ କଲାଡି ଗ୍ରାମର ସଂଜୀବ କହଁର ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ତୁରନ୍ତ ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ଆଲୋକ କୁମାର ବିଶୋଇ, ପ୍ରଫୁଲ କୁମାର ପୃଷ୍ଟି , ସସ୍ମିତା ସାହୁ, ଏସ କେ ଅବଦୁଲ ସାକୀର, ଅନୁପ ବିକ୍ରମ ପାତ୍ର , ରମେଶ ଚନ୍ଦ୍ର ମହାନ୍ତି ଏବଂ ରବୀନ୍ଦ୍ର ମହାରଣା ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଆକାରରେ ବଡ଼ ଥିବା ସାପଟିକୁ ଦେଖି ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଟିମ୍ ସଦସ୍ୟ ଦ୍ଵାରା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଗାଁ ଠୁ ଦୂର ଜଙ୍ଗଲରେ ଛାଡ଼ି ଦିଆଗଲା। ଟିମ୍ ର ତତ୍ପରତା , ସହଯୋଗ ଏବଂ ସାହାସ ପାଇଁ ଗାଁ ଲୋକେ ଟିମ ହ୍ୟୁମାନୀଟି ସଦସ୍ୟ ଙ୍କୁ ସାଧୁବାଦ ଜଣାଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































