ଭାଲୁ ଆକ୍ରମଣ ରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର
ଫୁଲବାଣୀ (ସୁନୀଲ ପଟନାୟକ )
ବାଲିଗୁଡା ଥାନା ଵାଟlଗୁଡ଼ା ଅଂଚଳ ରେ ଅଭାବନିୟ ଘଟଣା ଘଟିଛି l
ଭାଲୁ ଆକ୍ରମଣ ରେ ସ୍ତ୍ରୀ ର ମୃତ୍ଯୁ ଘଟିଥିବା ବେଳେ ସ୍ୱାମୀ ଓ ଝିଅ ଆହତ ହୋଇଛନ୍ତି l
ସକାଳୁ ସକାଳୁ ବାପା ବlଞ୍ଚା ମଲିକ , ସ୍ତ୍ରୀ ବୁଡାଳି ମଲିକ ଓ ଝିଅ ମିଶି ୩ ଜଣ ନିକଟସ୍ତ ଜଙ୍ଗଲ କୁ ଶିଆଳି ପତ୍ର ତୋଳିବାପାଇଁ ଯାଇଥିବାବେଳେ
ଜଙ୍ଗଲୀ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା l
ଫଳରେ ସ୍ତ୍ରୀ ବୁଡାଳି ମଲିକ ର ମୃତ୍ୟୁ ଘଟିଥିଲା l
ଏମାନଙ୍କ ଘର ଵାଟଗୁଡ଼ା ନିକଟ ଟ ଙ୍ଗମ ଗ୍ରାମରେ lଆହତ ବାପ ଓ ଝିଅ ଙ୍କୁ ଚିକିତ୍ସା ପାଈଁ ବାଲିଗୁଡା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି l
ଖବର ପାଇ ତୁମୁଡିବନ୍ଧ ରେଞ୍ଜର ଲଳିତ ନାୟକ, ଵାଟlଗୁଡ଼ା ସରପଞ୍ଚ ପ୍ରତାପ ମଲିକ ପହଂଚି ମୃତକ ଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବlସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ lଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବିଷୟ ଥାନାଧିକାରୀ ବାବା ଶଙ୍କର ସରାଫ କହିଛନ୍ତି l
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































