ଅଭୟଙ୍କ ପ୍ରଭାବ, ଛାନିଆ ହେଲେ କୃଷିମନ୍ତ୍ରୀ, ବୁହାଣ ଦେଲେ କର୍ମୀଙ୍କୁ, ତମ ମାନଙ୍କ ଯୋଗୁ ବଦନାମ ହେଉଛି
ଆଠଗଡ (ଉଲାପ୍ର )ଅଭୟଙ୍କ ପ୍ରଭାବ,ଛାନିଆ ହେଲେ କୃଷି ମନ୍ତ୍ରୀ, ବୁହାଣ ଦେଲେ କର୍ମୀଙ୍କୁ, ତମ ମାନଙ୍କ ଯୋଗୁ ମୁଁ ବଦନାମ ହେଉଛି ବୋଲି କହିଲେ କର୍ମୀମାନଙ୍କୁ ବୋଲି ଜଣେ ଅତ୍ୟନ୍ତ ଘନିଷ୍ଠ କର୍ମୀ ରାଧିକା ପାଟିକାରେ କାମ ବେଳେ କହୁକହୁ କହି ଦେଇଥିଲେ,
ଗତକାଲି ରାଧିକା ପାଟିକା ଗ୍ରାମ ଉପରେ ଅଭୟ ବାରିକ କରିଥିଲେ ସାମ୍ବାଦିକ ସମିଳନୀ, ଆଠଗଡ ବ୍ଲକର କୃଷ୍ଣପୁର ପଞ୍ଚାୟତ ର ରାଧିକା ପାଟିକା ଗ୍ରାମ, ଯେଉଁ ଗ୍ରାମକୁ ସ୍ୱାଧୀନତା ପରଠାରୁ ରାସ୍ତା ଟିଏ ନାହିଁ, ବିଲ ହୁଡ଼ା ପାଲଟିଛି ଆଦିବାସୀ ମାନଙ୍କ ପାଦ ଚଲା ରାସ୍ତା, ଏକ କାଠ ପୋଲ ନିର୍ମାଣ କରି ଆଦିବାସୀ ମାନେ ବିଲ ହୁଡ଼ା ଏବଂ ତିନୋଟି ନାଳ ପାରିହୋଇ ସଡ଼କ ସାହି ମୁଖ୍ୟ ରାସ୍ତାକୁ ଆସନ୍ତି, ଏହି ଘଟଣା ନେଇ ଗତକାଲି ଅଭୟ ବାରିକ ରାଧିକା ପାଟିକା ସାହିର କିଛି ଆଦିବାସୀ ମାନଙ୍କୁ ଆଠଗଡ ଆଣି ଉପଜିଲ୍ଲାପାଳ ଙ୍କ ଅଫିସ ରେ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଥିଲେ, ପନ୍ଦର ଦିନ ମଧ୍ୟରେ
ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ କରା ନଗଲେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଆଦିବାସୀ ମାନେ ଏକ ସାମ୍ବାଦିକ ସମିଳନୀ ରେ ସରକାରଙ୍କୁ ଚେତାବନୀ ଦେଇଥିଲେ, ଯଦି ସରକାରଙ୍କ ପକ୍ଷରୁ ରାସ୍ତାଘାଟ, ନଳକୂପ କାମ କରା ନଯିବ ସେହି ଗ୍ରାମରେ ଅଭୟ ବାରିକ ଆଦିବାସୀ ମାନଙ୍କ ପାଇଁ ସମସ୍ତ କାର୍ଯ୍ୟକ୍ରମ କରିବେ ବୋଲି ଘୋଷଣା କରିବା ପରେ ଆଠଗଡ ବିଧାୟକ ଛାନିଆ ହୋଇ ଯାଇଛନ୍ତି, ପଞ୍ଚାୟତ ର ଛାମୁଆ କର୍ମୀ ମାନଙ୍କୁ କୁଆଡେ ବୁହାଣ ଦେଇଛନ୍ତି, ମଙ୍ଗଳବାର ଦିନ ଅଭୟଙ୍କ ସହଯୋଗୀ ହେମନ୍ତଙ୍କ ତରଫରୁ ସେହି ଗ୍ରାମରେ ଥିବା ନଳକୂଅ କାମ କରିବାପାଇଁ ପହଂଚିବା ବେଳକୁ ପଞ୍ଚାୟତ ତରଫରୁ ଆରମ୍ଭ ହୋଇ ଯାଇଥିଲା ନଳ କୂଅ କାର୍ଯ୍ୟ, ନଳ କୂଅର ଚାନ୍ଦିନୀ ନଥିବା ବେଳେ ଚାନ୍ଦିନୀ କାର୍ଯ୍ୟ ଆରମ୍ଭ ହୋଇଛି, ଅଭୟଙ୍କ ଲୋକ କାମ ଆରମ୍ଭ କରିବା ପୂର୍ବରୁ ବିଧାୟକଙ୍କ ଲୋକ ଆରମ୍ଭ କରିଦେଲେ କାମ, ଉତ୍ତମ ଅତି ଉତ୍ତମ,ସ୍ୱାଗତ, ଏହି ଘଟଣା ନେଇ ରାଧିକା ପାଟିକା ସାହିର ଗ୍ରାମବାସୀ ଅଭୟଙ୍କ ଯୋଗୁ ଆଜି ଗ୍ରାମରେ ନଳ କୂଅ ଚାନ୍ଦିନୀ କାର୍ଯ୍ୟ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଗ୍ରାମବାସୀ,
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































