ଅଟୋ ଓଲଟିଲା, ୮ ଆହତ
ଫୁଲବାଣୀ (ସୁନୀଲ ପଟନାୟକ )
ବୁଧବାର ବାଲିଗୁଡା ନିକଟରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟିଯିବା ଫଳରେ ଏଥିରେ ବସିଥିବା ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି l ସେମାନଙ୍କୁ ଉଦ୍ଧାରକରି ଚିକିତ୍ସା ପାଈଁ ବାଲିଗୁଡା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି l
ସୂଚନା ଯୋଗ୍ୟ ଯେ, ଦାରିଂବାଡ଼ି ବ୍ଲକ ଅନ୍ତର୍ଗତ ବୁଡଗୁଡା ଅଂଚଳରୁ ବାଲିଗୁଡା ବ୍ଲକ ରୁତୁଙ୍ଗିଆ କୁ ଜଣେ ସମ୍ପର୍କୀୟାଙ୍କ ଶୁଦ୍ଧ ଘରେ ଯୋଗ ଦେବାକୁ ଯିବାବେଳ ଏହି ଦୂର୍ଘଟଣା ଘଟିଥିଲା lପୋଲିସ ଘଟଣା ସ୍ଥଳ ରେ ପହଂଚି ଅଟୋ ଜବତ କରିବା ସହ ଘଟଣା ର ତଦନ୍ତ କରୁଛି l ସମସ୍ତ ଆହତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା କୁହାଯାଇଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































