ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଓ ଗୋଚର ଜମିରୁ ଜବର ଦଖଲ ଉଛେଦ ଦାବିରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର
ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭାଲୁରଗାଁ ତଳପଡା ମାସରଗାଣ୍ଡା ଗୋଡ଼ଗାଁ ଗଟେଣୀ ଜିରିସୀ ତାରଗାବାଲି ନାଡ଼ଗାଁ କିରପଲା ଘାଟିସାହି କୁ ଏକଲବ୍ୟ ସ୍କୁଲ କୁ ପକ୍କା ରାସ୍ତା ନଥିବା ରୁ ଉକ୍ତ ରାସ୍ତା କୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଏବଂ କାଳୀସାହି ପୂଜା ସାହି ନିକଟରେ ଗୋଚର ଜମିକୁ କିଛି ମାଫିଆ ଜବର ଦଖଲ କରିଛନ୍ତି ଉକ୍ତ ଜମିକୁ ଜବର ଦଖଲ ଉଛେଦ କରିବାକୁ କୁଇ ସଂଗଠକ ପ୍ରମୋଦ କହଁର ଓ ସମାଜ ସେବୀ ଅକ୍ଷୟ କର୍ଣ୍ଣ ଙ୍କ ନେତୃତ୍ୱ ରେ ଶତାଧିକ ପୁରୁଷ ମହିଳା ଫିରିଙ୍ଗିଆ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ଙ୍କ ଜରିଆରେ କନ୍ଧମାଳ ଜ଼ିଲ୍ଲା ପାଳ ଙ୍କୁ ଦାବୀ ପତ୍ର ଦିଆଯାଇଛି l ସୂଚନାଯୋଗ୍ୟଯେ ଉକ୍ତ ବାରଗୋଟି ଗ୍ରାମର ଗ୍ରାମବାସୀ ପକ୍କାରାସ୍ତା ନଥିବାରୁ ପ୍ରାୟ ତିନିହଜାର ଲୋକ ଦୁର୍ଦଶା ଭୋଗୁଅଛୁ l ସ୍କୁଲ କଲେଜ ଅଫିସ କାର୍ଯାଳୟ ମେଡିକାଲ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ବିକ୍ରୟ ପାଇଁ ଫିରିଙ୍ଗିଆ ବ୍ଲକ ଉପରେ ନିର୍ଭରଶିଳ ଅଟନ୍ତି ପକ୍କା ରାସ୍ତା ନଥିବାରୁ ଗାଁକୁ ଚାରି ଚକିଆ ଯାନ ଆମ୍ବୁଲାନ୍ସ ଯାତାୟତ କରୁନାହିଁ ଫଳରେ ରୋଗୀ ପ୍ରସୂତି ମହିଳା ହୀନସ୍ତା ଭୋଗୁଛନ୍ତି l ବର୍ଷା ଦିନରେ ଏହାର ସ୍ଥିତି ବେହାଲ ହୋଇପଡୁଛି l ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ବହୁବାର ବ୍ଲକ ପ୍ରଶାସନ ଓ ଜ଼ିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା ଫଳଶୂନ ଅଦ୍ୟାବଧି ସମସ୍ୟାର ସମାଧାନ ହୋଇନାହିଁ ଫଳରେ ବାରଗୋଟି ଗାଁର ଶତାଧିକ ଗ୍ରାମବାସୀ ଙ୍କ ମନରେ ଅଶାନ୍ତି ସୃଷ୍ଟି ହୋଇଛି lଏହାର ନିରପେକ୍ଷ ତଦନ୍ତ କରି ବିହିତ ପଦକ୍ଷେପ ସ୍ୱରୂପ ଫିରିଙ୍ଗିଆ ରୁ ଏକଲବ୍ୟଦେଇ କାଶୀନପଦର ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କଯୋଜନାରେ ଅନ୍ତର୍ଭୁକ୍ତ କରବାକୁ ଦାବୀ କରିଛନ୍ତି ଗ୍ରାମବାସୀ ସମସ୍ୟାର ସମାଧାନ ଶୀଘ୍ର ନହେଲେ ଆମ୍ଭେ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ଫିରିଙ୍ଗିଆ ସରପଞ୍ଚ ଯୋଗେଶ୍ୱର କହଁର, କାଶିନୀପଦର ସରପଞ୍ଚ ପ୍ରତିମା କହଁର ସମିତି ସଭ୍ୟ ଇନ୍ଦ୍ରା କହଁର ଯୋଗେଶ୍ୱର କହଁର ପ୍ରମୋଦ କହଁର, କୁଶ କହଁର, ରାଜକିଶୋର କହଁର, ପବିତ୍ର କହଁର, ଲାଣ୍ଡା କହଁର l ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଵା
ଜରୁରୀ l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































