ଆରତୀ ଷ୍ଟିଲ ପ୍ଲାଣ୍ଟ କୁ ଅଭୟ କଲେ ଟାର୍ଗେଟ, ଜିଏମଙ୍କ ଅଡିଓ ହେଲା ଭାଇରାଲ, ରାଜାଙ୍କ ବିନା ପ୍ଲାଣ୍ଟରେ କେହି ରହିପାରିବେ ନାହିଁ, ବିନା ଲିଜରେ ଆରତୀ ନେଉଛି ପାଣି, କମ୍ପାନୀ ଭିତରେ 41 ଟି ଗଭୀର ନଳକୂଅ ଖୋଳି ପାଣି ନେଉଛି, ଆରଟିଆଇ ଯୋଗେ ତଥ୍ୟ ପ୍ରକାଶ
ଆଠଗଡ (ଉଲାପ୍ର)ଆଠଗଡର ଘଣ୍ଟିଖାଲ ଠାରେ ପ୍ରତିଷ୍ଠା ହୋଇଥିବା ଆରତୀ ଷ୍ଟିଲ ପ୍ଲାଣ୍ଟକୁ ଟାର୍ଗେଟ କରିଛନ୍ତି ଅଭୟ ବାରିକ, ଗୁରୁବାର ଦିନ ଅପରାହ୍ନରେ ରଥଗଡା ଠାରେ ଏକ ସାମ୍ବାଦିକ ସମିଳନୀ କରି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଆରତୀ ଷ୍ଟିଲ ପ୍ଲାଣ୍ଟର ଜିଏମଙ୍କ ଉପରେ ବର୍ଷିଛନ୍ତି ଅଭୟ ବାରିକ, ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଗଗନ ବିହାରୀ ବାରିକ ଓ ସଞ୍ଜୟ ସାହୁଙ୍କୁ ବିନା କାରଣରେ କମ୍ପାନୀରୁ ବାହାର କରିଦେବା ପରେ ଏବେ କର୍ମଚାରୀ ଓ ଜିଏମଙ୍କ ଅଡିଓ ବାର୍ତ୍ତାଳାପ ଭାଇରାଲ ହୋଇଛି, ଏହି ଘଟଣାକୁ ନେଇ ଗୁରୁବାର ଦିନ ଅପରାହ୍ନ ରେ ଅଭୟ ବାରିକଙ୍କୁ ସମ୍ପୂର୍ଣ ସହଯୋଗ କରିଥିଲେ କଖଡ଼ିର ପୂର୍ବତନ ସରପଞ୍ଚ ସୁନୀଲ ସୁତାର, ସେ ଏହି ଦୁଇ କର୍ମଚାରୀ ଙ୍କୁ ଧରି କଖଡ଼ି ଗ୍ରାମର କିଛି ମହିଳା ମାନଙ୍କ ସହଯୋଗରେ ଏହି ସାମ୍ବାଦିକ ସମିଳନୀ କୁ ଆସି କର୍ମଚାରୀ ଦ୍ୱ୍ବୟ ଙ୍କୁ କେମିତି ରାଜା ସ୍ବାଇଁଙ୍କ କଥା ନ ମାନିଲେ ତୁମକୁ ଏପରି ଦଶା ଭୋଗିବାକୁ ପଡିବ ବୋଲି ଅଡିଓ ବାର୍ତ୍ତାଳାପ କୁ ସାମ୍ବାଦିକ ସମିଳନୀ ରେ ପ୍ରକାଶ କରିଥିଲେ, ଯାହାକି ଏକ ସାଙ୍ଘାତିକ କଥା ବୋଲି ସ୍ପଷ୍ଟ ବାରିହୋଇ ପଡୁଛି, ଖାଲି ସେତିକି ନୁହେଁ ସୁନୀଲ ସୁତାର ଗୁରୁତର ଅଭିଯୋଗ ଆଣିଛନ୍ତି ଯେ ଆରତୀ ଷ୍ଟିଲ ପ୍ଲାଣ୍ଟ ଯୋଉ ଇଣ୍ଟେକ ୍ବେ ଲ କଖଡ଼ି ଠାରେ ନିର୍ମାଣ କରିଛି ସେଠାରୁ କମ୍ପାନୀକୁ ମହାନଦୀରୁ ଯୋଉ ପାଣି ନେଉଛି ସେହି ଜମିକୁ ଲିଜ ପ୍ରଦାନ କରାଯାଇନାହିଁ, ଯାହାକି ଏକ ବେଆଇନ କାର୍ଯ୍ୟ ହୋଇଥିଲେ ମଧ୍ୟ ଆରତୀ କମ୍ପାନୀ ଦୀର୍ଘ 17 ବର୍ଷ ଧରି ଚୋରାରେ ପାଣି ନେଇ ଚାଲୁଛି ବୋଲି ଆରଟିଆଇ ତଥ୍ୟରୁ ଜଣାପଡିଛି, ସୁନୀଲ ସୁତାର ଆରଟିଆଇ ଯୋଗେ ମାଗିଥିବା ତଥ୍ୟରୁ ଆହୁରି ଜଣାପଡିଛି ଆରତୀ କମ୍ପାନୀ କମ୍ପାନୀ ଭିତରେ ବେଆଇନ ଭାବେ 41 ଟି ଗଭୀର ନଳକୂପ ଖୋଳି କମ୍ପାନୀ ପାଇଁ ପାଣି ବ୍ୟବହାର କରୁଛି ଯାହା ବେଆଇନ ଅଟେ, ଖାଲି ସେତିକି ନୁହେଁ ଅଭୟ ବାରିକ ଯୋଉ ତଥ୍ୟ ପ୍ରଦାନ କରିଛନ୍ତି ତାହା ଅତ୍ୟନ୍ତ ସାଙ୍ଘାତିକ ଅଟେ, ଆରତୀ କମ୍ପାନୀ ଆଠଗଡ ଅଞ୍ଚଳର ପାରିପାର୍ଶ୍ଵିକ ଉନତି ପାଇଁ କୋଟିକୋଟି ଟଙ୍କା ଖର୍ଚ କରିଥିବା ବେଳେ 2017,2018 ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳ ରେ ଲକ୍ଷଲକ୍ଷ ଟଙ୍କାର ମଶାରୀ ଗ୍ରାମାଞ୍ଚଳ ରେ ବାଣ୍ଟିଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି, ଖାଲି ସେତିକି ନୁହେଁ ଜେଜେ ଆସୋସିଏଟ୍ସ ନାମରେ ବିଧାୟକ ଙ୍କ ଭଣଜା ଏଠାରେ ମାମୁ ଭଣଜା ମିଶି ଆଠଗଡ ବାସୀଙ୍କୁ ଲୁଟୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଭୟ,ଯଦି ମନ୍ତ୍ରୀଙ୍କ ସତ ସାହସ ଅଛି ଏହି ଘଟଣା ଉପରେ ମୁହଁ ଖୋଲନ୍ତୁ ବୋଲି ଅଭୟ ଦାବି କରିବା ସହିତ ଇଡି, ଭିଜିଲାନ୍ସ, ସିବିଆଇ ପାଖରେ ମାମୁ ଭଣଜା ନାମରେ ଆଗାମୀ ଦିନରେ ଅଭିଯୋଗ କରାଯିବ ବୋଲି କହିଛନ୍ତି, ଏହା ଉପରେ ଯଦି କୌଣସି ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆ ନଯାଏ ତେବେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ ହେଵବୋଲି ପ୍ରକାଶ କରିଥିଲେ,
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































