ପୁଣି ୭ ଫୁଟ୍ ର ଅଜଗର ଉଦ୍ଧାର
ଫୁଲବାଣୀ(ସୁନୀଲ ପଟନାୟକ )
ଗୁରୁବାର ପୁଣି ଏକ ଅଜଗର ସାପ ଫୁଲବାଣୀ ସହର ଡାକପାଲା ଅଂଚଳ ଜଣଙ୍କ ଘରୁ ଟିମ ହ୍ୟୁମାନୀଟି ସ୍ନେକ ହେଲ୍ପ ଲାଇନ ସ୍ଵେଛାସେବୀ ମାନେ ଉଦ୍ଧାର କରିଛନ୍ତି l
ଖବର ରୁ ପ୍ରକାଶ ଯେ ଆଜି ଗୁରୁବାର ସନ୍ଧ୍ୟା ୭ଟା ସମୟରେ ଫୁଲବାଣୀ ସହର ନିକଟସ୍ଥ ଡାକପାଲା ଗ୍ରାମର ଅଶୋକ ବେହେରା ଙ୍କ ଘରେ ଏକ ଅଜଗର ସାପ ପଶିଯାଇଥିଲା। ଖବର ପାଇ ସେଠାକାର ଅଞ୍ଚଳବାସୀ, ଅଶୋକ କୁମାର ବେହେରା,ସମିର ଘଟାଲ, ଅନନ୍ତ ବେହେରା ଏବଂ କମଳା ବେହେରା ସେହି ସାପଟିକୁ କାବୁ କରି ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ର ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି, ଅନୁପ ବିକ୍ରମ ପାତ୍ର,ଏସ କେ ଅବଦୁଲ ସାକୀର,ରବୀନ୍ଦ୍ର ମହାରଣା,ଅସିତ ମେକପ, ରମେଶ ଚନ୍ଦ୍ର ମହାନ୍ତି,ରିତେଶ ସାହୁ,ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ଏ ନେଇ ଫୁଲବାଣୀ ବନ ବିଭାଗ କୁ ଖବର ଦେଇଥିଲେ l
ବନ ବିଭାଗର ପରାମର୍ଶ କ୍ରମେ ଟିମ ହ୍ୟୁମାନିଟି ର ସଦସ୍ୟ ମାନେ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇ ଆସିଥିଲେ।ପ୍ରତିଦିନ ସହର ର ବିଭିନ ସାହିରୁ ଅଜଗର ସାପ ମିଳିବା ନେଇ ଲୋକେ ଭୟଭୀତ ହୋଇପଡିଥିବା କହିଛନ୍ତି l
ତେବେ ଟିମ ହ୍ୟୁମାନୀଟି ସଦସ୍ୟ ମାନେ ସଠିକ ସମୟରେପ ହଂଚି ସଠିକ ପଦକ୍ଷେପ ନେଉଥିବାରୁ ଖୁସିବ୍ୟକ୍ତ କରିଥିଲେ l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































