କଟକରେ କେନ୍ଦ୍ରମନ୍ତ୍ରୀ ଙ୍କ ଗସ୍ତନେଇ ବୈଠକ ଅନୁଷ୍ଠିତ
କଟକନଗର ଜିଲା ଭାଜପା ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କେନ୍ଦ୍ର ମନ୍ତ୍ରୀ ଙ୍କ କଟକ ଗସ୍ତ ପାଇଁ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ବ ରେ କଲେଜଛକ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ କଟକ ଲୋକସଭା ସଂସଦୀୟ କ୍ଷେତ୍ରର ଦାୟିତ୍ୱ ନେଇଥିବା ମାନ୍ୟବର କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟଙ୍କ ଦୁଇ ଦିନିଆ କଟକନଗର ଗସ୍ତ (ସେପ୍ଟେମ୍ବର ୯/୧୦ ) ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା। ସେପ୍ଟେମ୍ବର ୯ ତାରିଖ ଅପରାହ୍ନ ୩.୩୦ଘଟିକାରେ ଜୁଡିସିଆଲ ଏକାଡେମୀ ଛକରେ ନଗର ତରଫରୁ ଭବ୍ୟ ସ୍ୱାଗତ ତାଙ୍କୁ ଦିଆଯିବ।ସେଠାରୁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ଅଫିସିଆଲ ରିଭିଉ ମିଟିଂ ପାଇଁ ଯିବେ। ଏହାପରେ ସର୍କିଟ ହାଉସରେ କଟକ ଲୋକସଭା କୋର କମିଟି ବୈଠକ ଏବଂ ପରେ ପରେ ଜିଲ୍ଲା ଆଇଟି,ସୋସିଆଲ ମିଡ଼ିଆ ଓ ମିଡ଼ିଆ ଟିମ ବୈଠକ ରେ
ଯୋଗଦେବେ।ରାତ୍ରି ରହଣି ହୋଟେଲ ପ୍ରମୋଦ ରେ ହେବ। ସେପ୍ଟେମ୍ବର ୧୦ ତାରିଖ ସକାଳୁ ଏନ ଡି ଆର ଏଫ ଅଧିକାରୀ ଓ ସୈନିକ ଙ୍କୁ ଭେଟିବାକୁ ମୁଣ୍ଡଳୀ ଯିବେ।ସେଠାରୁ ଆସି କଟକର ଆରାଧ୍ୟ ଦେବୀ ମା କଟକଚଣ୍ଡୀଙ୍କୁ ଦର୍ଶନ ପରେ ୮.୩୦ରେ ନେତାଜୀଙ୍କୁ ମାଲ୍ୟାର୍ପଣ ପାଇଁ ଓଡ଼ିଆ ବଜ଼ାର ଯିବେ।ସେଠାରୁ ଏକ ସାମାଜିକ ବୈଠକରେ ଯୋଗଦେବେ। ୧୧ଟାରେ ସର୍କିଟ ହାଉସରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ।ମଧ୍ୟାହ୍ନ ୧୨ ଟାରେ କଟକନଗର ଓ ସଦର ଜିଲ୍ଲାର ଜିଲ୍ଲା ଅଫିସ ବିଅରର ତଥା ମଣ୍ଡଳ ସଭାପତି ଙ୍କ ବୈଠକ ନେବାପାଇଁ ସେ ଜରିପଡା ଡିଭାଇନ ପ୍ୟାଲେସ ପହଞ୍ଚିବେ।ଭୋଜନ ପରେ ବୃକ୍ଷରୋପଣ ପାଇଁ ଧାକୁଲେଇ ଯିବେ।ସେଠାରେ କଲ୍ୟାଣ ମଣ୍ଡପରେ ସଂଯୁକ୍ତ ମୋର୍ଚ୍ଚା ର ବୈଠକ ନେବେ।ସେଠାରୁ ବିକାଶ ତୀର୍ଥ ପ୍ରବାସ ପାଇଁ ବାଲିକୁଦା ଯିବେ। ସନ୍ଧ୍ୟା ୬ଘଟିକାରେ ଖାନ ନଗର ଚନ୍ଦନ ପଡ଼ିଆରେ ପନ୍ନା ପ୍ରବାସ ଓ ବୁଥ ସମ୍ମିଳନୀରେ ଯୋଗଦେବେ।ସେଠାରୁ ସେ ଦିଲ୍ଲୀ ଫେରିବା ପାଇଁ ଭୁବନେଶ୍ବର ଏଆର ପୋର୍ଟ ଯିବେ।ଆଗକୁ ନିର୍ବାଚନ ରେ ନିଶ୍ଚିତ ବିଜୟ ଲକ୍ଷ୍ୟ ନେଇ ସଙ୍ଗଠନକୁ ଆଗକୁ ନେବାପାଇଁ ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଫଳପ୍ରଦ ବୋଲି କଟକର ବରିଷ୍ଠ ନେତାମାନେ କହିଥିଲେ।
ଏହି ବୈଠକରେ ଜିଲ୍ଲାର ଅଫିସ ବିଅରର,ମଣ୍ଡଳ ସଭାପତି ଓ ସାଧାରଣ ସମ୍ପାଦକ ଦ୍ୱୟ, ଜିଲ୍ଲା ମୋର୍ଚ୍ଚା ସଭାପତି ଓ ସାଧାରଣ ସମ୍ପାଦକ ଦ୍ୱୟ,ଜିଲ୍ଲା ଆଇ ଟି ସଂଯୋଜକ ଓ ସହ ସଂଯୋଜକ ,ଜିଲ୍ଲା ମିଡ଼ିଆ ସଂଯୋଜକ ଓ ସହ ସଂଯୋଜକ ଏବଂ ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ଓ ସହ ସଂଯୋଜକ ମାନେ ଉପସ୍ଥିତ ଥିଲେ।ଲୋକସଭା ସଂଯୋଜକ ଶ୍ରୀ ସୁକାନ୍ତ ବିଶ୍ୱାଳ,କଟକ ବାରବାଟୀ ପ୍ରଭାରୀ ପ୍ରତିଭା ଶତପଥୀ, କଟକ ବାରବାଟୀ ସଂଯୋଜକ ବିବେକାନନ୍ଦ ନାଏକ,ସହ ପ୍ରଭାରୀ ବିଶ୍ୱରଞ୍ଜନ ମିଶ୍ର,କଟକ ଚୌଦ୍ୱାର ପ୍ରଭାରୀ ଚିତ୍ତରଞ୍ଜନ ମିଶ୍ର,ସଂଯୋଜକ ବୈଦେଶ୍ୱର ପଣ୍ଡା,କଟକ ସଦର ପ୍ରଭାରୀ ରଶ୍ମିରେଖା ଦାସ,ଲକ୍ଷ୍ମୀଧର ପ୍ରଧାନ,ଲକ୍ଷ୍ମୀଧର ବେହେରା,ଗୋପାଳ ବେହେରା,ଦୀପକ ଦାସ, କଳ୍ପନା ପଟ୍ଟନାୟକ, ଦେବାନନ୍ଦ ସିଂ,ରତନ ମହାନ୍ତି, ନମିତା ମିଶ୍ର, ନିତାଇ ଗୌର ମହାନ୍ତି, ଦିବାକର ସାହୁ,ଭାଗୀରଥି ଦଳାଇ,ଜୟକୃଷ୍ଣ ସ୍ବାଇଁ, ରାଜକିରଣ ସନ୍ତୁକା, ସୁଜାତା ମହାନ୍ତି, ଅକ୍ଷୟ ଆଚାର୍ଯ୍ୟ, ସ୍ବର୍ଣ୍ଣଲତା ସେଠୀ,ସୁବାଷ ମହାନ୍ତି,ପ୍ରବୀଣା ମହାପାତ୍ର,ମହମ୍ମଦ ସବିର,ଶିବ ନାଏକ,ମହେନ୍ଦ୍ର ମହାନ୍ତି, ଅଭିଳାଷ ଜେନା,ବିଶ୍ୱଜିତ ଦାସ, ଚିରଞ୍ଜୀବ ଖଣ୍ଡାୟତ ରାୟ, ଧିରପ୍ରସାଦ ମହାନ୍ତି,ଶ୍ରୀନିବାସ ରେଡି,ସୁଶାନ୍ତ ମହାନ୍ତି, ସନ୍ଦିପ ମହାପାତ୍ର, ବିଜୟ ସେଠି,କୃଷ୍ଣଚନ୍ଦ୍ର ମହାପାତ୍ର, ଶରତ ଭୋଳ,ସରିତା ଶୁକ୍ଲ,ସଂଗ୍ରାମ ସିଂ, ଅନୁପମ ଦାସ,ସଞ୍ଜୟ ଶଃ, ପ୍ରମୁଖ ଉପସ୍ଥିତ ଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































