ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକଙ୍କ ସମ୍ମିଳନୀ
ଫୁଲବାଣୀ(ଉଲା ପ୍ର )
ହାଇସ୍କୁଲ ମାନଙ୍କରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଏକ ଅଭିନବ ପଦକ୍ଷପ ନେଇଛନ୍ତି ହାଇସ୍କୁଲ ରେ ପଢ଼ୁଥିବା ନବମ,ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଅଭିଭାବକଙ୍କୁ ନେଇ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକଙ୍କ ସହ ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳରର ବୈଠକ ଅନୁଷ୍ଠିତ ହୋଇଥିଲା । ନବମ,ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ୮୦ ରୁ ଉର୍ଦ୍ଧ ଅଭିଭାବକ ଉପସ୍ଥିତ ରହିବା ସହିତ ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁ ସିଆରସି ଜୟପ୍ରକାଶ ଦିଗାଲ ସହକାରୀ ଶିକ୍ଷକ ବ୍ରଜସୁନ୍ଦର ବେହରଦଳାଇ,ମୋନଜ ଭୋଇ, ବେଣୁଧର ବେହେରା,ବାମଚନ୍ଦ୍ର ପ୍ରଧାନ,ସୁଚିସ୍ମିତା ପ୍ରଧାନ,ସାଗ୍ନିକା ସେଠି ପ୍ରମୁଖ ଶିକ୍ଷକ ,ଶିକ୍ଷୟତ୍ରୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ପାଇଁ କଣ କରିବା ଆବଶ୍ୟକ ଅଭିବାବକ ମାନଙ୍କ କଣ ସବୁ ଦାଇତ୍ୱ ସେହି ବିଷୟରେ ଆଲୋଚନା କରିବା ସହିତ ଯେପରି ବିଦ୍ୟାଳୟକୁ ପ୍ରତେକ ଦିନ ଠିକ ସମୟରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ପହଞ୍ଚିବେ ସେନେଇ ଶିକ୍ଷକ,ଶିକ୍ଷୟତ୍ରୀ ଅଭିଭାବକ ମାନଙ୍କୁ ବୁଝାଇବା ସହ ଯଦି କୌଣସି ଛାତ୍ର ଛାତ୍ରୀଙ୍କର କୌଣସି ଅସୁବିଧା ହୁଏ ତେବେ ଅଭିଭାବକ ମାନେ ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ ବୁଡ଼ାଗୁଡା ସିଆରସି ଜୟପ୍ରକାଶ ଦିଗାଲ ଏହି ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟକୁ ସରକାର ସ୍ମାର୍ଟସ୍କୁଲ ମାନ୍ୟତାଦେଇଥିବା ବେଳେ ବିଦ୍ୟାଳୟର ବିଭିନ୍ନ ସମଷ୍ୟା ଉପରେ ଅଭିଭାବକ ମାନେ ଆଲୋଚନା କରିଥିଲେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଚେରି କାନ୍ଥ ନିର୍ମାଣ ସରିପାରିନୀ, କମ୍ପୁଟର ଶିକ୍ଷକ ପଦବୀ ଖାଲି ପଡ଼ିଛି,ଇଣ୍ଟରନେଟ ସୁବିଧା ନଥିବାରୁ କମ୍ପୁଟର ଶିକ୍ଷରୁ ବଞ୍ଚିତ ହେଉଥିବା ଛାତ୍ର ଛାତ୍ରୀଙ୍କ ପିତା ମାତା ମାନେ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ପାଖରେ ଦାବି କରିବା ସହିତ ତୁରନ୍ତ ବିଦ୍ୟାଳୟରେ ଇଣ୍ଟରନେଟ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିଲେ ଏସବୁ ଅବବ୍ୟବସ୍ଥା ଥିବା ପ୍ରଧାନ ଶିକ୍ଷକ ଗ୍ରହଣ କରିଥିବା ବେଳେ ଏହାର ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































