ପୁଣି ଯନ୍ତ୍ରୀ ଙ୍କ ଉପରେ ଆକ୍ରମଣ, ଥାନାରେ ଏତଲା
ଫୁଲବାଣୀ (ସୁନୀଲ ପଟନାୟକ )
ପୁଣି ଫୁଲବାଣୀ ସହରରେ ଯନ୍ତ୍ରୀଙ୍କ ଉପରେ ଆକ୍ରମଣ l
ଆକ୍ରମଣ ର ଶିକାର ହୋଇଥିବା ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ଫୁଲବାଣୀ ମୁନିସିପାଲିଟି ର ଯନ୍ତ୍ରୀ ଇଂ. ନୀଳକଣ୍ଠ ନାୟକ lସୂଚନା ଯୋଗ୍ୟ ଯେ, ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତ୍ରୀ ନାୟକ ରହୁଥିବା ବାସଭବନ ଆଗରେ କିଛି ଦୁର୍ବୁତ୍ତଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ l
ଏ ନେଇ ଯନ୍ତ୍ରୀ ନାୟକ ସ୍ଥାନୀୟ ଟାଉନ ଥାନାରେ ଏତଲା ଦେଇଥିଲେ
lତେବେ ସହରରେ ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ଯନ୍ତ୍ରୀ ମାନଙ୍କ ଉପରେ ଲଗାତାର ଆକ୍ରମଣ ହେଉଥିବା ଓ ପୋଲିସ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଯନ୍ତ୍ରୀ ଓ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l
ସୋମବାର ମୁନିସିପାଲିଟି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ମିଳିତ ଭାବେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିକରି ପୋଲିସ ଏସ ଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଙ୍କୁ ମଧ୍ୟ ଭେଟି ଜଣାଇ ଥିଲେl
ସୂଚନାଯୋଗ୍ୟ ଯେ, ଏଥି ପୂର୍ବରୁ ଫୁଲବାଣୀ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁକିଛି ଦୁର୍ବୁତ୍ତ ଗାଳିଗୁଲଜ କରିବା ସହ ଅସଦ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି l
ସେହିପରି ଅଗଷ୍ଟ ୧୬ ରେ ଫୁଲବାଣୀ ପିଡବ୍ଲୁ ଡି ର ଅନ୍ୟ ଜଣେ ଯନ୍ତ୍ରୀ କୁ ମଧ୍ୟ ଜଣେ ଦୁର୍ବୁତ୍ତ କୋର୍ଟ ଛକ ରେ ଛୁରୀଭୁସି ଦେଇଥିଲl l
ଏନେଇ ସମ୍ପୃକ୍ତ ଆହତ ଯନ୍ତ୍ରୀ ଥାନାରେ ଏତେଲା ଦେଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ଏଯାଏଁ l
କେବଳ ସେତିକି ନୁହେଁ ଗତବର୍ଷ ମଧ୍ୟ ସରୋଜ ପାଢ଼ୀ ନାମକଜଣେ ସହକାରୀ ଯନ୍ତ୍ରୀ ଙ୍କ ବାସଭବନ ରେ ଦୁର୍ବୁତ୍ତ ମାନେ ପଶି ମାଡ଼ ମାରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ l
ତେବେ ପୋଲିସ ତୁରନ୍ତ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ
ହୋଇପ ଡିଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































