38 ଏକର ଗୋଚର ଜମିକୁ ମାଡି ବସିଛନ୍ତି ରଞ୍ଜନ ଆଚାର୍ଯ୍ୟ, ଗୋଚର ଜମିରେ ୨ ମହଲା କୋଠା ଓ କାଜୁ ବଗିଚା, ପୋଖରୀ
ଆଠଗଡ (ଉଳାପ୍ର )ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଡାହାଣ ହାତ, ଆଠଗଡ ବ୍ଲକ ର ପୂର୍ବତନ ଅଧକ୍ଷ ତଥା ଆଠଗଡ ବ୍ଲକକୁ ଗତ କୋଡିଏ ବର୍ଷଧରି ନିଜ କବ୍ଜା ରେ ରଖିଥିବା ରଞ୍ଜନ ଆଚାର୍ଯ୍ୟ ଙ୍କ କଳା କାର ନାମାର ପର୍ଦାଫାଶ ଆସ୍ତେଆସ୍ତେ ହେବାରେ ଲାଗିଛି, ଗତ ସପ୍ତାହରେ ରଞ୍ଜନ ଆଚାର୍ଯ୍ୟ ଙ୍କର ଦେଢ଼ଶହ ଏକର ଜମି ଥିବାର ଏକ ପ୍ରମାଣ ସାମ୍ବାଦିକ ସମିଳନୀ କରି ଖୁଲାସା କରିଥିଲେ ଅଭୟ ବାରିକ, ସେହି ସାମ୍ୱାଦିକ ସମିଳନୀ ରେ ଅନେକ କୁମାରପୂର ପଞ୍ଚାୟତ ର ଗ୍ରାମବାସୀ ରଞ୍ଜନ ଆଚାର୍ଯ୍ୟଙ୍କ ନାମରେ ଗୁରୁତର ଅଭିଯୋଗ ମାନ କରିଥିଲେ, ଏହାର ଏକ ସପ୍ତାହ ବିତିନି ଶୁକ୍ରବାର ଦିନ ଅପରାହ୍ନ ରେ ବଳିପୁର ଓ ଓସ୍ତପୁର ମୌଜାର ଗ୍ରାମବାସୀ ମାନେ ଅଭୟଙ୍କ ସହଯୋଗ ରେ ଆଠଗଡ ଆସି ଆଠଗଡ ତହସିଲଦାର ପ୍ରିୟବ୍ରତ ଦାଶ ଙ୍କୁ ଲିଖିତ ଅଭିଯୋଗ କରିବା ସହିତ
ସାଙ୍ଘାତିକ ତଥ୍ୟ ପ୍ରଦାନ କରିଛନ୍ତି, ରଞ୍ଜନ ଆଚାର୍ଯ୍ୟ ନିଜେ ଓସ୍ତପୁର ଓ ବଳି ପୁର ମୌଜାରେ 38 ଏକର ଗୋଚର ଜମିକୁ ନିଜ ନାମରେ କରି ସେଠି ଗୋଚର ଜମିରେ ୨ ମହଲା କୋଠାଘର, କାଜୁବଗିଚା, ପୋଖରୀ ନିର୍ମାଣ କରିଥିବା ସାଙ୍ଘାତିକ ତଥ୍ୟ ଫଟୋ ସହିତ ପ୍ରଦାନ କରିଛନ୍ତି ଆଠଗଡ ତହସିଲଦାର ଙ୍କୁ, ଯାହାକି ଆଠଗଡ ତହସିଲଦାର ଙ୍କ ପାଇଁ ଅଡୁଆ ବଢ଼ି ଯାଇଛି, କୃଷି ମନ୍ତ୍ରୀଙ୍କ ଡାହାଣ ହାତ କୁହା ଯାଉଥିବା ରଞ୍ଜନ ଆଚାର୍ଯ୍ୟ ଙ୍କ ବିରୁଦ୍ଧରେ ଆଠଗଡ ତହସିଲଦାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା କହିବା ମୁସ୍କିଲ, ପୂର୍ବରୁ ମଧ୍ୟ ଅଭୟଙ୍କ ତରଫରୁ କୁମାରପୂର ମୌଜାରେ କମ୍ପାନୀ କରିବା ନାମରେ ଲୋକଙ୍କ ଠାରୁ ମିଛ ସତକହି ରଞ୍ଜନ ଆଚାର୍ଯ୍ୟ ଶହଶହ ଏକର ଚାଷଜମି କିଣିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ, ଏ ସବୁ ଅଭିଯୋଗ ଭିତରେ ରଞ୍ଜନ ଆଚାର୍ଯ୍ୟ ଙ୍କ କଳା କାରନାମା କୁ ଲୋକଲୋଚନ କୁ ଆଣି ଅଭୟ ତାଙ୍କର ପ୍ରଭାବ ଜାରି ରଖିଛନ୍ତି, ଆଠଗଡ ରେ ବିରୋଧୀ ଦଳ ଶୋଇ ପଡ଼ିଥିବା ବେଳେ ବିଜେଡି ଦଳରେ ରହି ଆଠଗଡ ବିଧାୟକ ଓ ତାଙ୍କ ଚଣ୍ଡୀ ଚା ମୁଣ୍ଡା ମାନଙ୍କ ମୁଖା ଖୋଲି ବିରୋଧୀ ଦଳର ଭୂମିକା ଲିଭାଉଛନ୍ତି, ଆଗାମୀ ପନ୍ଦର ଦିନ ମଧ୍ୟରେ ଯଦି ରଞ୍ଜନ ଆଚାର୍ଯ୍ୟ ଙ୍କ ବିରୁଦ୍ଧରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ବ୍ୟାପକ ଜନ ଆନ୍ଦୋଳନ ହେଵବୋଲି ଚେତାଇ ଦେଇଛନ୍ତି ଅଭୟ ବାରିକ,ଏହି ଦାବିପତ୍ର ପ୍ରଦାନରେ ସହଯୋଗ କରିଥିଲେ ସରୋଜ ଦାସ, ମାନୁଆଲ ପାତ୍ର, ହେମନ୍ତ ସ୍ୱାଇଁ, ସୁନୀଲ ସୁତାର ପ୍ରମୁଖ,
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































