ନେହେରୁ ଯୁବକେନ୍ଦ୍ର ତରଫରୁ ବିତର୍କ ଓ ରଚନା ପ୍ରତିଯୋଗିତା ଆୟୋଜିତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ସ୍ଥିତ ନେତାଜୀ ସୁବାଷ ବୋଷ ଡିଗ୍ରୀ ମହାବିଦ୍ୟାଳୟରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ଏକ ବିତର୍କ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦୁଇ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ “୨୦୪୭ ମସିହାର ଭାରତ” INDIA @ 2047 “ଶୀର୍ଷକ କୁ ନେଇ ବିତର୍କ ପ୍ରତିଯୋଗିତାରେ ୧୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ “୨୦୪୭ ମସିହାରେ ମୋ ସ୍ୱପ୍ନର ଭାରତ” INDIA OF MY DREAM @ 2047 ଶୀର୍ଷକରେ ରଚନା ପାଇଁ ୧୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ନେତାଜୀ ସୁବାଷ ବୋଷ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦିଗାଳ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏନ ୱାଇ କେ ଫୁଲବାଣୀର କର୍ମକର୍ତ୍ତା ବନିତା ମଲ୍ଲିକ, ରିହା ନାୟକ, ମହାବିଦ୍ୟାଳୟର ଅଧ୍ୟାପକ ବିଶେଶ୍ୱର ଆଚାର୍ଯ୍ୟ, ସୁଶାନ୍ତ ସୁନା, ଅଧ୍ୟାପିକା ରୀନା ମହାନ୍ତି, ସ୍ଵାଗତିକା ସାହୁ,ପ୍ରଦର୍ଶକ ଦାଶରଥି ନାୟକ ଓ ଅଣଶିକ୍ଷା କର୍ମଚାରୀ ଗଣ ଉପସ୍ଥିତ ଥିଲେ l ତେବେ ଉଭୟ ପ୍ରତିଯୋଗିତାରେ ବିତର୍କ ପାଇଁ +୩ କଳା ଶେଷବର୍ଷ ଛାତ୍ରୀ ଅଙ୍କିତାରାଣୀ ବଡ଼ସେଠ୍ ଓ ରଚନା ପାଇଁ +୩ କଳା ଦ୍ଵିତୀୟ ବର୍ଷ ଛାତ୍ର ହାପି ବଳିୟାରସିଂ ପ୍ରଥମ ସ୍ଥାନ ପାଇ ଆଗାମୀ ୨୬ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଚୟନ ହୋଇଛନ୍ତି l କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦିଗାଳ ମାନପତ୍ର ଓ ସିଲ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ର କର୍ମଚାରୀ ବବିତା ମଲ୍ଲିକ ଏବଂ ରିହା ନାୟକ ପରିଚାଳନା କରିଥିଲେ l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































