ଜାତୀୟ ପୋଷଣ ମାସ ପାଳନ-୨୦୨୨ ଅବସରରେ ମିଲେଟ୍ସ ମିଶନର ସଚେତନତା ଅଭିଯାନ ସଚେତନତା ରଥ ମାଧ୍ୟମରେ କୋଷାଗୁମୁଡ଼ା ବ୍ଲକର ଗ୍ରାମାଞ୍ଚଳରେ ସେପ୍ଟେମ୍ବର ୧୫ ତାରିଖ ଋ ୧୮ ତାରିଖ ’୨୦୨୨ ପର୍ଯନ୍ତ ସଚେତନତାର ବାର୍ତ୍ତା ପ୍ରଚାର କରିବ
ନବରଙ୍ଗପୁର (ବସନ୍ତ କୁମାର ସ୍ୱାଇଁ): ନବରଙ୍ଗପୁରଜିଲ୍ଲା କୋଷାଗୁମୁଡା ବ୍ଲକ ର ଜାତୀୟ ପୋଷଣ ମାସ ପାଳନ ଅବସରରେ ଏକ ପ୍ରଚାର ଗାଡି କୁ ନବରଙ୍ଗପୁର ଜିଲ୍ଲା କୃଷି ଅଫିସ ଠାରେ ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜି. ଭେଙ୍କଟ ରେଡ୍ଡୀ ଉଦଘାଟନ କରିଥିଲେ ଓ
ସ୍କିମ ଅଧିକାରୀ ଶ୍ରୀ କମଳ ଲୋଚନ ନାୟକ , କୋଷାଗୁମୁଡା ବ୍ଲକ କୃଷି ଅଧିକାରୀ ଶ୍ରୀ ଦୁର୍ଯୋଧନ ଜାନୀ , ପାପଡାହାଣ୍ଡି ବ୍ଲକକୃଷି ଅଧିକାରୀ ଶ୍ରୀ ସୌମ୍ୟରଂଜନ, ଓଡିଶା ମିଲ୍ଲେଟ୍ସ ମିଶନ ର ଜିଲା ସଂଯୋଜକ ଶ୍ରୀ ମୃତ୍ୟୁଞ୍ଜୟ କନ୍ଦପାନ,ଅତିରିକ୍ତ ଜିଲା ସଂଯୋଜକ ଶ୍ରୀ ବି.ରାଜେଶ୍ଵର ରେଡ୍ଡୀ,ଶ୍ରୀ ହିମାଂଶୁ ତୁରୁକ , ଆର.ସି.ଡି.ସି. ସଂସ୍ଥାର ବ୍ଲକ ସଂଯୋଜକ ଶ୍ରୀ କୈଲାଶ ଚନ୍ଦ୍ର ମହାପାତ୍ର, ଶ୍ରୀମତୀ ସ୍ନେହାଞ୍ଜଳି ସ୍ଵାଇଁ ,ସିଆରପି ଦେବେନ୍ଦ୍ର ଗୌଡ , ପ୍ରଡୁସର ଗ୍ରୁପର ସିଇଓ ଶ୍ରୀ ବୁଲୁ ଲେଙ୍କା ,କୃଷି ବିଭାଗର ସମସ୍ତ କର୍ମକର୍ତ୍ତା ଏବଂ ପାପଡାହାଣ୍ଡି ବ୍ଲକ ଓଡ଼ିଶା ମିଲେଟସ ମିଶନର କର୍ମୀମାନେ ପ୍ରଚାର ଗାଡି ସହିତ ଉପସ୍ଥିତ ଥିଲେ , ଜାତୀୟ ପୋଷଣ ଦିବସ ଅବସରରେ ନବରଙ୍ଗପୁର ଓଡିଶା ମିଲ୍ଲେଟ୍ସ ମିଶନ ଏବଂ ଆତ୍ମା ସହାୟତାରେ ଏବଂ ଆୟଜୋକ ଅନୁଷ୍ଠାନ ଆର.ସି.ଡି.ସି. ନବରଙ୍ଗପୁର ଦ୍ଵାରା ସଚେତନତା ଅଭିଯାନ ଗାଡି ଚାରି ଦିନ ବ୍ୟାପି କୋଷାଗୁମୁଡା ବ୍ଲକର ୨୬ ଗୋଟି ପଞ୍ଚାୟତ ପରିକ୍ରମା କରି କୁପୋଷଣ ଦୂର କରିବାକୁ ମାଣ୍ଡିଆ ,କାଙ୍ଗୁ ,କୋଦ ଓ ଜନ୍ଦରି ଖାଦ୍ୟର ବହୁଳ ଭାବରେ ବ୍ୟବହାର କରିବାପାଇଁ ଅଙ୍ଗନବାଡି ଓ ସମସ୍ତ ଜନସାଧାରଣଙ୍କୁ ସଚେତନତା ରଥ ପ୍ରଚାର ମାଧ୍ୟମରେ ନିବେଦନ କରାଯାଇଥିଲା ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































