କୁଇ ସମାଜ ସେବାସମିତି ପକ୍ଷରୁନବ ନିର୍ବାଚିତ ସରପଞ୍ଚ ମାନଙ୍କୁ ତାଲିମ
ଫୁଲବାଣୀ ‘(ସୁନୀଲ ପଟନାୟକ )
ଫୁଲବାଣୀ ସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।ଏହି କାର୍ଯ୍ୟ କ୍ରମ ରେ ଫୁଲବାଣୀ ମାନ୍ୟବର ବିଧାୟକ ଅଙ୍ଗଦ କହଁର ଅତିଥିଭାବେ ଯୋଗଦେଇ ନିଜର ସରପଞ୍ଚ ଓ ସମିତି ଅଧ୍ୟକ୍ଷ ସମୟର ଅଭିଞତା ସମ୍ପର୍କରେ ସୂଚନା ଦେଇଥିଲେ।କୁଇ ସମାଜ ସେବା ସମିତି ଫୁଲବାଣୀ ସଭାପତି ସୁଦର୍ଶନ କହଁର ଙ୍କ ପୌରୋହିତ୍ୟରେ ଫୁଲବାଣୀ ବିଧାନସଭା ମଣ୍ଡଳୀର ସରପଞ୍ଚ ମାନଙ୍କ ତାଲିମ କରାଯାଇଛି।ସମ୍ପାଦକ ଅବନିଶ୍ୱର କହଁର କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ପଞ୍ଚାୟତରେ ଡିଜିଟାଲ ବ୍ୟବସ୍ଥା କାର୍ଯ୍ୟକ୍ରମ ସମ୍ପର୍କରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଉମାଚରଣ ନାୟକ ସୂଚନା ଦେଇଥିଲେ।।ପଞ୍ଚାୟତିରାଜ ବିଭାଗ ସଦ ଅନ୍ୟ ଦଶଟି ବିଭାଗ ର ସହଭାଗିତାରେ କାର୍ଯ୍ୟ ପଞ୍ଚୟତ ସ୍ତରରେ କିପରି ସୂଚାରୁରୂପେ ହୋଇପାରିବ ସମ୍ପର୍କରେ ସରପଞ୍ଚ ମାନେ ସମନ୍ୱୟ ରଖି କାର୍ଯ୍ୟ କରିବା ଆବଶ୍ୟକ।। ତ୍ରିସ୍ତରୀୟ ପଞାୟତିରାଜ ବ୍ୟବସ୍ଥାରେ ସରକାରୀ କର୍ମଚାରୀ ମାନେ ଲୋକପ୍ରତିନିଧିମାନଙ୍କୁ ସହଯୋଗ କରି ସ୍ୱଛତାର ସହ କାର୍ଯ୍ୟ କରିବା ଆବଶ୍ୟକ। ଫୁଲବାଣୀ ମିଳିତ ନାଗରିକ କମିଟି ର ଆବାହକ ସମାଜ ସେବୀ ଅଶୋକ ପରିଡା ତାଲିମ ପ୍ରଦାନ କରିବା ଅବସରରେ ମହାତ୍ମାଗାନ୍ଧୀ ଙ୍କ ଗ୍ରାମ ସ୍ୱରାଜ, ପଞ୍ଚାୟତର ଉତ୍ପତ୍ତି, ତ୍ରିସ୍ତରୀୟ ପଞ୍ଚାୟତ ରାଜ,୭୩ତମ ସମ୍ବିଧାନ ସଂଶୋଧନ, ଗ୍ରାମ ସଭା,ପଲୀସଭା,ଗ୍ରାମ ପଞ୍ଚାୟତ ବୈଠକ,ପଞ୍ଚାୟତର କାର୍ଯ୍ୟ, ଅର୍ଥକମିଶନ,ଲଘୁବନଜାତ ଦ୍ରବ୍ୟର ଦର ନିୟନ୍ତ୍ରଣ, ପେସା ଆଇନ ଇତ୍ୟାଦି ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ।ଆଦିବାସୀ ଉପଯୋଜନା ଅର୍ଥ ଖର୍ଚ୍ଚ ନେଇ ଆଲୋଚନା ହୋଇଥିଲା।ପଞ୍ଚାୟତ ସଦସ୍ୟଙ୍କ ନିମନ୍ତେ ବିଭିନ୍ନ ଆଇନଗତ ଦିଗ,ପଞ୍ଚାୟତ ଆଇନର ଦୁରୁପଯୋଗ, ଅର୍ଥ କାରବାରରେ ଅନିୟମିତତା ସମ୍ପର୍କରେ ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ ସୁଚନା ଦେଇଥିଲେ।ପ୍ରତିବ୍ଲକରେ ବିଧାୟକ ଗୋଟିଏ ଦି ଲେଖାଏଁ ଜନ ଶୁଣାଣି ପାଇଁ ଅନୁରୋଧ କରାଯାଇଥିଲା। ପ୍ରତି ପଞ୍ଚାୟତ ରେ କୁଇ ସମାଜ ପାଇଁ ଏକ ସଭାଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଖାଲିପଡିଥିବା ୱ।ଡ ସଭ୍ୟ ପଦବୀ ପୁରଣ ପାଇଁ ଆଲୋଚନା କରାଯାଇଥିଲା।ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ,ଜିଲା ପରିଷଦ ସଭ୍ୟସଭ୍ୟା ଯୋଗ ଦେଇ ମତାମତ ଉପସ୍ଥାପନ କରିଥିଲେ।ଦେବ ନାରାୟଣ ପ୍ରଧାନ ଙ୍କ ସମେତ ଫୁଲବାଣୀ ବିଧାୟକ ପ୍ରତିନିଧି ନିଳାମ୍ବର କହଁର ସହ କୁଇ ସମାଜ ଯୁବ ପରିଷଦର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ। ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର ଓ ଖଜୁରିପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନିମା କହଁର ଯୋଗଦେଇ ମତ ରଖିଥିଲେ। ପଞ୍ଚାନନ କହଁର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































