ବିଶିପଡା ପଞ୍ଚାୟତରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ବିଶିପଡା ଗ୍ରାମପଞ୍ଚାୟତରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସାରା ରାଜ୍ୟର ସମସ୍ତ ପଞ୍ଚାୟତ ସ୍ତରରେ ଜାରିରହିବ ବୋଲି ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବିଶିପଡା ଗ୍ରାମପଞ୍ଚାୟତରେ ସରପଞ୍ଚ ସାକାଳୀ କହଁରଙ୍କ ନେତୃତ୍ୱରେ ବିଶିପଡା ଶିବ ମନ୍ଦିର ପ୍ରାଙ୍ଗଣରୁ ପ୍ରଥମେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଉକ୍ତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ରେ ପଂଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ମଳିକ , ଶରତ ଚନ୍ଦ୍ରଜି ଏବଂ ଜିଆରଏସ କୃଷ୍ଣ ଚନ୍ଦ୍ର ସାହୁ, ଏବଂ ବିଶିପଡା ମା ବରାଳଦେବୀ ମହାସଂଘର ସଭାପତି, ସମ୍ପାଦିକା ଶ୍ରମତି ସସ୍ମିତା ପ୍ରଧାନ , ବାବା ଚନ୍ଦ୍ର ଶେଖର ଆଞ୍ଚଳିକ ମଞ୍ଚର ଆବାହକ ହେମଲତା ମେହେର, ଓଜିଏଲଏଫର ସମସ୍ତ କ୍ୟାଡର, ପ୍ରାଣୀମିତ୍ର, କୃଷିମିତ୍ର ସିଆରପି ତଥା ୨୦ ଗୋଟି ମହିଳ। ସଂଘର ସଭାପତି, ସମ୍ପାଦିକା ଓ ସମସ୍ତ ସଦସ୍ୟା ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲ।ପ୍ରଥମେ ବିଶିପଡା ଶିବ ମନ୍ଦିର ପ୍ରାଙ୍ଗଣକୁ ପଞ୍ଚାୟତର ଶତାଧିକ ମହିଳା ମାନେ ସଫେଇ ଆରମ୍ଭ କରି ମଇଳା, ଆବର୍ଜନା ଗୁଡିକ ସଫା ସୁତରା କରିଥିଲେ, ମନ୍ଦିର ପ୍ରାଙ୍ଗଣ ସଫା କରିସାରିବା ପରେ ବିଶିପଡା ସ୍ଥିତ ୟୁପି ସ୍କୁଲ, ଶ୍ରୀଦେବୀ ହାଇସ୍କୁଲ, ଓ ହାଟପଦା ବଜାର ସାହି ସଫା କରିବାର କାର୍ୟ୍ୟକ୍ରମ କରାଯିବ ବୋଲି ସରପଞ୍ଚ ସାକାଳୀ କହଁର ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମଳିକ ପ୍ରକାଶ ବକରିଛନ୍ତି। ଏହି କାର୍ଯ୍ୟକ୍ରମ ଆଗାମୀ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ୟ୍ୟନ୍ତ ଚାଲୁରହିବ। ଏହି କାର୍ଯ୍ୟକ୍ରମ ଚାଲୁ ରହିବା ଦ୍ୱାରା ସ୍ୱଛତା ପ୍ରତି ପଞ୍ଚାୟତ ବାସୀଙ୍କର ଏକ ସ୍ୱତନ୍ତ୍ର ଆଗ୍ରହ ସୃଷ୍ଟି ହେବା ସହିତ ନିଜ ନିଜ ଅଞ୍ଚଳର ରାସ୍ତା ଘାଟ, ସର୍ବସାଧାରଣ ସ୍ଥାନ, ହାଟ, ବଜାର ଗୁଡିକ ଅନ୍ତତଃ କିଛିଦିନ ପାଇଁ ହେଲେ ସ୍ୱଚ୍ଛ, ନିର୍ମଳ ହୋଇ ରହି ପାରିବ ବୋଲି ସରପଞ୍ଚ ଶ୍ରୀମତୀ କହଁର ଆଶା ବ୍ୟକ୍ତ କରିଛନ୍ତି। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଦମୟନ୍ତୀ ସାହାଣୀ, ଦିପ୍ତୀମୟୀ ସାହାଣୀ, ନମିତା ନାୟକ, ସସ୍ମିତା ପ୍ରଧାନ, ଅହଲ୍ୟା ବିଶୋଇ, ଇନ୍ଦୁମତୀ ବାରିକ, କୌଶଲ୍ୟା ବିଶୋଇ, ସିଆରପି ସୁକୁମାରୀ ସାହାଣୀ, ପ୍ରାଣୀମିତ୍ର ରଶ୍ମିତା ନାୟକ, କୃଷିମିତ୍ର କନକ ମହାକୁଡ଼, ସନ୍ତୋଷିନୀ ବିଶୋଇ, ଓ ଅଙ୍ଗନବାଡି କର୍ମି ସାକମ୍ବରୀ କହଁର, ଯୁବତୀ ପ୍ରଧାନ, ଘୁମନ୍ତ ନୀଳିମା ସାହାଣୀ, ରାଧାରାଣୀ ସାହାଣୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































