ଲକ୍ଷାଧିକ ଟଙ୍କା ସହିତ ୨୯୭ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
ବରଗଡ଼(ଉଳାପ୍ର )ବରଗଡ଼ ଜିଲ୍ଲାରେ ନିଶା କାରବାର ବଢି ଚାଲିଛି। ଚୋରାମଦ,କଫ ସିରଫ କାରବାର ସାଧାରଣରେ ପରିଣତ ହୋଇଯାଇଥିବା ବେଳେ ଜିଲ୍ଲାରେ ଏବେ ବ୍ରାଉନ ସୁଗର କାରବାର ବଢି ଚାଲିଛି। ଗତ ଦିନରେ ଅତାବିରା ପୋଲିସ ବ୍ରାଉନ ସୁଗର ବେପାରୀ କୁ ଧରିଥିବା ବେଳେ ଆଜି ଜିଲ୍ଲା ଅବକାରୀ ବିଭାଗ ବରଗଡ଼ ସହରରୁ ୨୯୭ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏଥିରେ ସପୃକ୍ତ ମହାନ୍ତି ବନ୍ଧ ବସ୍ତି ପଡାର ରାଜୁ ତାଣ୍ଡିଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ନଗଦ ୧ଲକ୍ଷ ୨ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଙ୍କୁ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































