ଏଏନଏମ ଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତକୁ ତିନିବର୍ଷ କାରାଦଣ୍ଡ ସହ ଜୋରିମାନା ଆଦେଶ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଶ୍ରୀରାମପୁର ଅଞ୍ଚଳର ଜୈନକ ମହିଳା ଏଏନଏମ ଙ୍କୁ ଅସଦାଚରଣ ମାମଲାର ବିଚାର କରି କୋଟଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଅନୁରାଗ ଦେହୁରୀ ଙ୍କ ଅଦାଲତ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଲମ୍ବୁ ବଳିୟାର ସିଂ ଙ୍କୁ ଭାରତୀୟ ପିଙ୍ଗଳ ଆଇନର ୩୫୪ ଦଫାରେ ତିନିବର୍ଷ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜୋରିମାନା ଏବଂ ୩୫୪(କ) ଦଫାରେ ଏକବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି l ପ୍ରତ୍ୟେକ ଜୋରିମାନା ଅନାଦେୟ ସ୍ଥଳେ ଅଧିକ ଏକ ମାସ କାରାଦଣ୍ଡ ଭୋଗିବାକୁ କୋର୍ଟ ଚୂଡାନ୍ତ ରାୟରେ ଉଲ୍ଲେଖ କରିଛନ୍ତି l ମାନ୍ୟବର ବିଚାରପତି ଶ୍ରୀ ଅନୁରାଗ ଦେହୁରୀ ଉକ୍ତ ମାମଲାରେ ପୀଡିତାଙ୍କୁ ଭିକଟିମ କମ୍ପେନସନ ସ୍କିମରେ କ୍ଷତି ପୂରଣ ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ସୁପାରିଶ କରିଛନ୍ତି l ପ୍ରକାଶ ଥାଉକି ଗତ ୨୦୨୦ ମସିହା ଅଗଷ୍ଟ ମାସ ୨୦ ତାରିଖ ଦିନ କୋଟଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁର ରେ କାର୍ଯ୍ୟରତ ମହିଳା ଏଏନଏମ ଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ଲମ୍ବୁ ବଳିୟାର ସିଂଙ୍କ ନାମରେ କୋଟଗଡ଼ ଥାନା କେଶ ନଂ.୫୨/୨୦୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା l ଉକ୍ତ ମାମଲା ବିଚାର କରି କୋଟଗଡ଼ ବିଚାରପତି ଏହି ରାୟ ପ୍ରକାଶ କରିଛନ୍ତି l ଅଭିଯୋଗକାରୀ ଙ୍କ ତରଫରୁ ସରକାରୀ ଓକିଲ ସବିତା ସାମନ୍ତରାୟ ଓ ଅନିଲ କୁମାର ଲେଙ୍କା ପରିଚାଳନା କରୁଥିବା ବେଳେ ଅଭିଯୁକ୍ତ ଲମ୍ବୁ ବଳିୟାର ସିଂ ତରଫରୁ ଓକିଲ ଲମ୍ବୋଦର ପଣ୍ଡା ପରିଚାଳନା କରୁଥିଲେ l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































