ପହିରାଜୂ ପଂଚାୟତ ରେ ପ୍ରଶାସନ ର ପରିବର୍ତନ ମେଳା
ଫୁଲବାଣୀ :-(ସୁନୀଲ ପଟନାୟକ) କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ ପହିରାଜୂ ଗ୍ରାମ ପଞ୍ଚାୟତ ରେ ପରିବର୍ତନ ମେଳା ଅନୁଷ୍ଠିତ ହୋଇଯାଇଛି l ଯାହାର ଶୀର୍ଷକ ଥିଲା “ପରିବର୍ତନ ର ସ୍ୱର” l ଏହି ପରିପ୍ରେକ୍ଷୀରେ ସରକାରଙ୍କ ଯୋଜନା ଉପରେ ସମସ୍ତଙ୍କର ଯେମିତି ଅଧିକାର ରହିବ ଏବଂ ସମସ୍ତେ ଯେମିତି ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ରୁ ବଞ୍ଚିତ ନ ହେବେ ସେ ଉପରେ ଗୋଷ୍ଠୀ ଉର୍ନୟନ ଅଧିକାରୀ ରଶ୍ମିରଂଜନ ମହନ୍ତ ସମସ୍ତଙ୍କୁ ଅବଗତ କରିଥିଲେ l ଏବଂ ସରକାରଙ୍କ ଦ୍ୱାରା କରାଯାଉଥିବାବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଲୋକଙ୍କର ନଜର ରହିବା ଉଚିତl ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ରେ ନିଜକୁ ଏବଂ ନିଜ ପରିବାରକୁସାମିଲ କରି ପରିବର୍ତନ କରିବା ସହିତ ସରକାରଙ୍କ ମଧୁବାବୁ ପେନସନ, ବିଧବା ଭତ୍ତା , ବିକଳାଙ୍ଗ ଭତ୍ତା , ରାସନକାର୍ଡ , ପାଇଖାନା ଘର, ଇନ୍ଦିରାଆବାସ ଘର, ମୋ କୁଡ଼ିଆ ଘର, ବିଜୁ ପକାଘର, କାଳିଆ ଯୋଜନା, ବଳରାମ ଯୋଜନା, ଭୂମି ହୀନ, ଜାଗା ମିଶନ, ଜଙ୍ଗଲ ଜମି, ସ୍ୱଛତା, ଏହିପରି ଅନେକ ପ୍ରକାର ସରକାରଙ୍କ ଉନ୍ନତି ମୂଳକ ଯୋଜନା ବିଷୟ ବସ୍ତୁ ଉପରେ ବିଷ୍ଣୁ ଚରଣ କହଁର ଓ ଉପସ୍ଥିତ ମଂଚାସୀନ ଅତିଥି ମନେ ,ନିଜର ଉଦବୋଧନ ମାଧ୍ୟମରେ ଜନସାଧାରଣ ଙ୍କୁ ଅବଗତ କରା ଇଥିଲେ, ଏଥିରେ ବ୍ଲକ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ , ଅଙ୍ଗନୱାଡି ୱାର୍କର, ଆଶାଦିଦି, ମହିଳା ସଂୟ ସହାୟିକା ଗୋଷ୍ଠୀପ୍ରମୁଖ ଯୋଗଦେଇ ଥିଲେ l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































