38 ଏକର ଗୋଚର ଜମିରେ କେମିତି ଟଣା ଗଲା ବିଦୁତ, ଦାବିପତ୍ର ଦେଲେ କୁମାରପୂର ପଞ୍ଚାୟତ ଲୋକେ, ତୁରନ୍ତ ବିଦୁତ ସଂଯୋଗ କାଟିବା ପାଇଁ ଦାବିକଲେ
ଆଠଗଡ (ଉଲାପ୍ର)ସମସ୍ତଙ୍କ ପାଇଁ ଗୋଟିଏ ନିୟମ ହେଲେ ବିଜେଡି କର୍ମୀଙ୍କ ପାଇଁ ଲାଗୁ ହେଉଛି ଅନ୍ୟ ନିୟମ, ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ବଳିପୁର ଓ ଓସ୍ତପୁର ମୌଜାରେ, ଆଠଗଡ ବ୍ଲକର ପୂର୍ବତନ ଅଧକ୍ଷ ତଥା କୃଷିମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ ବଳିପୁର ମୌଜାରେ 38 ଏକର ଗୋଚର ଜମିକୁ ମାଡି ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପଞ୍ଚାୟତ ଗ୍ରାମବାସୀ ମାନେ, ଗତ କିଛିବର୍ଷ ହେଲା ରଞ୍ଜନ ଆଚାର୍ଯ୍ୟ ଗୋଚର ଜମିରେ ନିର୍ମାଣ କରିଛନ୍ତି ୨ ମହଲା ଘର, କାଜୁ ବଗିଚା ଓ ପୋଖରୀରେ ମାଛ ଚାଷ କରୁଛନ୍ତି, ଏହାକୁ ସୁନ୍ଦର କରିବା ପାଇଁ ବିଦୁତ ସଂଯୋଗ ନିହାତି ଆବଶ୍ୟକ ରହିଛି, ଏ ସବୁକୁ ସରସ ସୁନ୍ଦର କରିବା ପାଇଁ ଆଠଗଡ ଟାଟା ପାୱାର କମ୍ପାନୀ ମନ୍ତ୍ରୀଙ୍କ ଡାହାଣ ହାତ, ଆଠଗଡ ବ୍ଲକ ପ୍ରତିନିଧି, ରଞ୍ଜନ ଆଚାର୍ଯ୍ୟ ଙ୍କ ନାମରେ ଗୋଚର ଜମିରେ ବିଦୁତ ସେବା ଯୋଗାଇ ଦେଇଛି, ଖାଲି ସେତିକି ନୁହେଁ ଦୁଇଟି ଟ୍ରାନ୍ସଫର୍ମର ମଧ୍ୟ ବତ୍ସାଯାଇଛି, ଏ ସବୁ ବେଆଇନ ଭାବେ ଟଣା ଯାଇଥିବା କୁମାରପୂର ପଞ୍ଚାୟତ ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଗତ ସୋମବାର ଦିନ ପଞ୍ଚାୟତ ର ଶହଶହ ଗ୍ରାମବାସୀ ଆଠଗଡ ଟାଟା ପାୱାର ବିଦୁତ ବିଭାଗ ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଆଠଗଡ ଯୁବ ସଂଗଠକ ଅଭୟ ବାରିକଙ୍କ ସହଯୋଗରେ ଆସି ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଦାବିପତ୍ରରେ ଦର୍ଶାଇଛନ୍ତି ଆସନ୍ତା ସାତଦିନ ମଧ୍ୟରେ ଯଦି ରଞ୍ଜନ ଆଚାର୍ଯ୍ୟ ଜବରଦଖଲ କରିଥିବା 38 ଏକର ଗୋଚର ଜମିରୁ ଯଦି ବିଦୁତ ସଂଯୋଗ କଟା ନଯାଏ ତେବେ ଆଠଗଡ ବିଦୁତ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ ମାନେ,
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































