ଟିମ ହ୍ୟୁମାନୀଟି ର ପ୍ରଶଂସନୀୟ କାର୍ଯ୍ୟ ଫୁଲବାଣୀ ଡାକପାଲା ଅଞ୍ଚଳରେ ସାତ ଫୁଟ ର ଅଜଗର ସାପ ଉଦ୍ଧାର
ଫୁଲବାଣ(ସୁନୀଲ ପଟନାୟକ )
ଏଇ ଗତ କିଛିଦିନ ହେବ ଫୁଲବାଣୀ ସହର ତଥା ଆଖପାଖ ଅଞ୍ଚଳରେବିଭିନ୍ନ ପ୍ରଜାତି ର ସରୀସୃପ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ବିଗତ କିଛି ଦିନ ହେବ ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ ଦ୍ବାରା ବହୁ ସଂଖ୍ୟା ରେ ଅଜଗର ସାପ ଉଦ୍ଧାର କରାଯାଇଛି। ଗତକାଲି ଏଫସିଆଇ ନିକଟ ରୁବୁଧବାର ଏକ ଅଜଗର ସାପ ଉଦ୍ଧାର କରାଯାଇଥିବା ବେଳେ ପୁଣି ଗୁରୁବାର ମଧ୍ୟ ଡାକପାଲା ଅଞ୍ଚଳର ବିଷ୍ଣୁ ଚରଣ ମଲ୍ଲିକ ଙ୍କ ଘର ନିକଟରେ ଏକ ୭ ଫୁଟର ଅଜଗର ସାପ ପଶିଯାଇଥିବା ନେଇ ଡାକପାଲା ଅଞ୍ଚଳର ସମୀର ଘଟାଲନାମକ ଜଣେ ସ୍ଵେଛା ସେବୀ ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଫୋନ ରେ ସୂଚନା ଦେଇଥିଲେ। ଖବର ପାଇବା କ୍ଷଣି ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର,ଆଲୋକ କୁମାର ବିଶୋଇ, ଏସ କେ ଅବଦୁଲ ସାକୀର ଏବଂ ଅନୁପ ବିକ୍ରମ ପାତ୍ର ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାପଟିକୁ ପୁନଶ୍ଚ ଦୂର ଜଙ୍ଗଲ ବାସ କରିବାପାଇଁ ଛାଡିଥିଲେ l ଟିମ୍ ହ୍ୟୁମାନୀଟି ସଦସ୍ୟଙ୍କ ତତ୍ପରତା ଏବଂ ସାହାସିକ ପଦକ୍ଷେପ ପାଇଁ ଡ଼ାକ ପାଲା ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































