ଡାବୁଗାଁ ବ୍ଲକ ବରଗୁଡ଼ା ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ଅଭିଯାନ ଅନୁଷ୍ଠିତ
ନବରଙ୍ଗପୁର/ ଡାବୁଗାଁ(ଜି.ପ୍ର): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବରଗୁଡ଼ା ଗ୍ରାମରେ ଜନ ସଂଗଠନ ଜନ ସୁରକ୍ଷା ମଞ୍ଚ ନବରଙ୍ଗପୁର , ଓଡ଼ିଶା ଶ୍ରମଜୀବୀ ମଞ୍ଚ , ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଆତ୍ମାଶକ୍ତି ଟ୍ରଷ୍ଟ ମିଳିତ ପ୍ରୟାସରେ “ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି” ଏବଂ ସାମୁହିକ ସମସ୍ୟାର ଓ ସମାଧାନ ନିମନ୍ତେ ସ୍ବତନ୍ତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଗ୍ରାମର ଅଗ୍ରଣୀ ଚାଷୀ ଶ୍ରୀ ପରଶୁ ଜାନି ବୈଠକରେ ସଭାପତିତ୍ବ କରି ସଭା ପରିଚାଳନା କରିଥିଲେ ବୈଠକ ପ୍ରାରଭରେ ଆତ୍ମାଶକ୍ତି ଟ୍ରଷ୍ଟ ଡାବୁଗାଁ ବ୍ଲକର ଜନସାଥି ଶ୍ରୀମତୀ ତୁଳାବତି ଯାନି ସ୍ବାଗତ ଭାଷଣ ଦେଇଥିଲେ। ଏହାପରେ ଆତ୍ମଶକ୍ତି ଟ୍ରଷ୍ଟ ନବରଙ୍ଗପୁର ଜିଲ୍ଲା ଟିମ୍ ଲିଡର ଶ୍ରୀ ବସନ୍ତ କୁମାର ସ୍ୱାଇଁ ସନ୍ତନ୍ତ୍ର ପଲ୍ଲୀସଭା ଅଭିଯାନର ଉଦ୍ଧଶ୍ୟ ଓ ଜନସହଭାଗି ଉପରେ ସୂଚନା ଦେବା ସହ ଗ୍ରାମ ସମ୍ବଳ, ଦ୍ଵିତୀୟ ଚାଷ , କୃଷି ,କୃଷକ ଓ ଜୈବିକ କୃଷି ପଦ୍ଧତି ଉପରେ ଉପସ୍ଥିତ ଗ୍ରାମବାସୀଙ୍କ ମତାମତ ନେଇଥିଲେ ଏବଂ ସ୍ଵତନ୍ତ୍ର ପଲ୍ଲିସଭାରେ ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ। ଏହାପରେ ମହିଳା ପ୍ରତିନିଧି, ଅଗ୍ରଣୀ କୃଷକ ଓ ଗ୍ରାମବାସୀଙ୍କ ମତାମତ ନେଇ ଗ୍ରାମ ସମସ୍ୟା, ଜମି ଓ ଜଳସମସ୍ୟା ଚିହ୍ନଟ ଓ ଏହାର ନିରାକରଣ ଉପରେ ଜନସଚେତନା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଚିରସ୍ଥାୟୀ କୃଷି ନିମନ୍ତେ ପଦକ୍ଷେପ ନେବା ସହ ସ୍ଥାନୀୟ ଜଳ ସମସ୍ୟା , ଚାଷକ୍ଷେତ୍ର , ଆଡ଼ିବନ୍ଧ ନିର୍ମାଣ ଓ ସମସ୍ୟାକୁ ଚିହ୍ନଟ କରିବା ସହ ଜମି ସମତଳ କାର୍ଯ୍ୟ ଦାବି ପାଇ ଏହାକୁ ଆଗାମୀ ଗ୍ରାମସଭାରେ ଉପସ୍ଥାପନା କରିବା ପାଇଁ ଏକ ଦଶ ଜଣିଆ କାଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏହାପରେ ବରଗୁଡ଼ା ଗ୍ରାମର ଅଗ୍ରଣୀ ଚାଷୀ କୃଷ୍ଣ ଭାତ୍ରା, ମଦନ ଭାତ୍ରା,ଗୋମତୀ ଭାତ୍ରା, ସମବାରି ନାୟକ, ବିମଳା ଜାନି ଓ ପୂଳକୁମାର ଭାତ୍ରା ସହ ବିଶିଷ୍ଟ ବ୍ୟକ୍ତି ମାନେ ଚାଷ ,ଚାଷୀଙ୍କ ସମସ୍ୟା ଓ ପଦକ୍ଷେପ ଉପରେ ବିବିଧ ଉପାୟ ସୁଚିନ୍ତିତ ମତାମତ ଦେଇଥିଲେ । ବୈଠକରେ ନିଆ ଯାଇଥିବା ପ୍ରସ୍ତାବ ଆଗାମୀ ଗ୍ରାମ ସଭାରେ ଉପସ୍ଥାପନ ପାଇ ଏକ ଦଶ ଜଣିଆ କମିଟିକୁ ଦାୟିତ୍ଵ ଦିଆଯାଇଥିଲା । ଏହି ଅଭିଯାନ ବୈଠକରେ ୬0ରୁ ଉର୍ଦ୍ଧ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































