ଫୁଲବାଣୀନିକଟ ଦାତପାଜୁଗ୍ରାମ ରୁ ସାତ ଫୁଟ ର ଅଜଗର ସାପ ଉଦ୍ଧାର
ଫୁଲବାଣୀ(ସୁନୀଲ ପଟନାୟକ )
ବୁଧବାର ସନ୍ଧ୍ୟାରେ ପୁଣି ସହର ଠାରୁ ଦୂର ଦାତପାଜୁ ଠାରେ ଥିବା ମହାବୀର ୱାଟର ସର୍ଭିସିଂ ସେଣ୍ଟର ରେ ଏକ ୭ ଫୁଟର ଅଜଗର ସାପ ପଶିଯାଇଥିବା ନେଇ ନାରାୟଣ ସାହୁନାମକ ଜଣକ ବ୍ୟକ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ସୂଚନା ଦେଇଥିଲେ। ଖବର ପାଇବା କ୍ଷଣି ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର,ଆଲୋକ କୁମାର ବିଶୋଇ ଏବଂ ଏସ କେ ଅବଦୁଲ ସାକୀର ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ସାପଟିକୁ ଦୂର ଜଙ୍ଗଲ ରେ ସୁରକ୍ଷିତ ଭାବେ ଛାଡି ଦିଆଯାଇ ଥିଲା। ଟିମ୍ ହ୍ୟୁମାନୀଟି ସଦସ୍ୟଙ୍କ ତତ୍ପରତା ଏବଂ ସାହାସିକଓ ସଠିକ ପଦକ୍ଷେପ ପାଇଁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































