ବାଇକ କୁ ପଛରୁ ପିଟିଲା ବୋଲେରୋ ପିକଅପ, ଜଣେ ମୃତ, ଅନ୍ୟ ଜଣେ ଗୁରୁତର
ଫୁଲବାଣୀ (ଉଳାପ୍ର )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୁଖ୍ୟ ରାସ୍ତାର ସାସି ପଦର ଗାଁ ନିକଟରେ ଥିବା ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି I ମୃତ ଯୁବକ ଜଣକ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତ ମାସରୀପଡା ଗାଁ ର ଉଦୟ ମଲ୍ଲିକ (21)ବୋଲି ଜଣା ପଡ଼ିଥିବା ବେଳେ ଗୁରୁତର ଆହତ ହୋଇଥିବା ଯୁବକ ଜଣକ ସେହି ଗାଁ ର ଜ୍ୟୋତିରଞ୍ଜନ ମଲ୍କିକ (21)ବୋଲି ଜଣା ପଡିଛି I ସୂଚନା ଅନୁସାରେ ମୃତ ଯୁବକ ଓ ଆହତ ଯୁବକ ଏକ ବାଇକ ରେ ଫିରିଙ୍ଗିଆ ରୁ କାମ ସାରି ନିଜ ଗାଁ ମାସରୀପଡା କୁ ଫେରୁଥିବା ସମୟରେ ବାଇକ କୁ ପଛପଟୁ ଏକ ମାଲ ବାହି ବୋଲେରୋ ଗାଡି ଧକା ଦେଇ ଫେରାର ହୋଇ ଯିବା ଫଳରେ ଘଟଣା ସ୍ଥଳରେ ବାଇକ ରେ ବସିଥିବା ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇ ଥିଲେ l ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଆମ୍ବୁଲlନ୍ସ ସାହାଯ୍ୟରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଣାଯାଇଥିବା ବେଳେ ମେଡିକାଲ ପହଂଚିବା ପୂର୍ବରୁ ଜଣକର ମୃତ୍ୟୁ ହୋଇ ସାରିଥିବା ଫିରିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଶୁଭକାନ୍ତ ଦେବତା ସୂଚନା ଦେଇଥିବା ବେଳେ ଗୁରୁତର ଆହତ ଯୁବକ ଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି I ଅନ୍ୟାପଟେ ସୁର୍ଘଟଣା ଘଟାଇ ଫେରାର ହୋଇ ଯାଇଥିବା ଗାଡିଟି ଏକ ମାଳବାହି ବୋଲେରୋ ପିକଅପ ବୋଲି ଜଣା ପଡ଼ି ଥିବା ବେଳେ ଗାଡିର ନମ୍ବର ଓଡି05ଏଚ 3593 ଥିବା ଜଣା ପଶିଛି I ତେବେ ଘଟଣା ପରେ ମୃତ ବ୍ୟକ୍ତି ଙ୍କ ପରିବାର ପକ୍ଷରୁ ଫିରିଙ୍ଗିଆ ଥାନାରେ ଏକ ଏତଲା ସିଆଯାଇଛି I ଏତଲା କୁ ଆଧାର କରି ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଙ୍କ ନିର୍ଦେଶ କ୍ରମେ ଥାନାରେ ବରିଷ୍ଠ ପୋଲିସ ଅଧିକାରୀ ପ୍ରଦୀପ କୁମାର ରାଉଳ ମେଡିକଲ ରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମେଡିକାଲ କୁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଥିବା କଥା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି l
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































