କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ
କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର ଆୟୋଜନ ହୋଇଯାଇଛି ।ଏହି କାର୍ଯ୍ୟ କ୍ରମରେ କଟକ ବାରବାଟି ବିଧାୟକ ଇ° ମହମ୍ମଦ ମୋକିମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ବ୍ୟତୀତ କିଶୋର ମହାନ୍ତି, ପୁଷ୍ପିତା ମୋହାପାତ୍ର,ଦେବ କିଶୋର୍ ପଣ୍ଡା ,ସ୍ମୃତି ରଞ୍ଜନ କାନୁନଗୋ, ବଳବୀର ଶର୍ମା,ରତନ ଶର୍ମା,କିଶନ ଶର୍ମା,ବିରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଳ ପ୍ରଦାନ କରିବା ସହିତ ଗାନ୍ଧୀ ବିଚାର ଧାରା ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସଂଗଠନର ରାଜ୍ୟ ସମ୍ପାଦକ ମନୋଜ୍ ଶର୍ମା ପରିଚାଳନା କରିଥିଲେ ।ଆଗାମୀ ଦିନରେ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ କଟକ ତଥା ଓଡ଼ିଶାର ବିଭିନ୍ନ ସ୍ଥାନରେ ଉନ୍ନତି ମୂଳକ ସାମାଜିକ କାର୍ଯକ୍ରମ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































