ଆଠଗଡ ରେ ଅଭିନଵ ଢଙ୍ଗରେ ଦୁର୍ଗାଷ୍ଟମୀ ପାଳିଲେ ଅଭୟ, ବାଣ୍ଟିଲେ ଦୁର୍ଗାଙ୍କ ଫଟୋଚିତ୍ର
ଆଠଗଡ (ଉଲ୍ଲାପ୍ର )ସବୁ ସମୟରେ ନୂତନତ୍ଵ କାର୍ଯ୍ୟକରି ଲୋକଲୋଚନ କୁ ଆସନ୍ତି ଅଭୟ, ମହାଷ୍ଟମୀ ଅବସରରେ ଆଠଗଡ ଯୁବ ସଂଗଠକ ଅଭୟ ବାରିକ ଆଠଗଡ ଦୁର୍ଗାବଜାର ଦୁର୍ଗାଙ୍କ ମୂର୍ତ୍ତି ନିକଟରେ ଶହଶହ ଭକ୍ତଙ୍କୁ ଦୁର୍ଗାଙ୍କ ଫଟୋଚିତ୍ର ପ୍ରଦାନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି, ସେହିପରି ଖୁଣ୍ଟୁଣୀ
ଗ୍ରାମରେ ଦୁର୍ଗା ଷ୍ଟମୀ ଅବସରରେ ଅଭୟ ଫଟୋଚିତ୍ର ବାଣ୍ଟିବା ବେଳେ ମହିଳା ମାନେ ତାଙ୍କୁ ବନ୍ଦାପନା କରିବା ଥିଲା ଏକ ନିଆରା କାର୍ଯ୍ୟକ୍ରମ, ମହିଳାମାନେ ହୁଳହୁଳି ପକାଇ ଧୂପଦୀପ ରେ ବନ୍ଦାପନା କରି ଦୁବ ବରକୋଳି ପତ୍ର ଫୋଫାଡ଼ିବାର ଦେଖାଯାଇ ଥିଲା, ମହିଳା ମାନେ ଆଗ୍ରହ ସହିତ ଦୁର୍ଗାଙ୍କ ଫଟୋକୁ ଗ୍ରହଣ କରିଥିଲେ, ସତେ ଯେମିତି ସେମାନଙ୍କ ଘରକୁ ବିଜେ କରିଛନ୍ତି ଦୁର୍ଗେ ଦୁର୍ଗତିନାଶିନୀ ମା ଦଶଭୁଜା ଦୁର୍ଗା,
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































