ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମପଞ୍ଚାୟତ ପରିସରରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ
ଗଜପତି/ ମୋହନା (ନି.ପ୍ର): ତା. ୦୨/୧୦/୨୦୨୨ ରିଖ : ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତ ପରିସରରେ ସ୍ଵନ୍ତତ୍ର ଗ୍ରାମସଭା ଅନୁଷ୍ଠିତ ହୋଯାଇଅଛି । । ସରପଞ୍ଚ ଶ୍ରୀମତୀ କନକଲତା ହାଲ ସହ ଉପସ୍ଥିତ ୱର୍ଡ ମେମ୍ବର ଓ ଗ୍ରାମବାସୀଙ୍କ ଗ୍ରହଣରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲଲବହାଦୂର୍ ଶସ୍ତ୍ରୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଭକ୍ତିପୂତ ନମନ କରିଥିଲେ । ସରପଞ୍ଚ ମହାଶୟା ତାଙ୍କ ବ୍ୟକ୍ତବରେ ଦେଶ ସ୍ବାଧୀନତାରେ ଗାନ୍ଧୀ ଓ ଶସ୍ତ୍ରୀଙ୍କ ଅବଦାନ, ବଳିଦାନ, ଦେଶ ପ୍ରତି ଥିବା ନିଃସ୍ୱାସ୍ଥପର ମନୋଭାବ, ଅହିଂସା ନୀତି ଓ ଗ୍ରାମସ୍ଵରାଜ ବିଷୟରେ କହିଥିଲେ । ଏହାପରେ ପଞ୍ଚାୟତ ପରିସରରେ ସରପଞ୍ଚ ମହାଶୟାଙ୍କ ଅଧ୍ୟକ୍ଷତାରେ ସ୍ଵନ୍ତତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା । ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଆସିଥିବା ଲୋକମାନେ ସେମାନଙ୍କର ମୌଳିକ ସମସ୍ୟା ଓ କାଯ୍ୟ ଯୋଜନା ଗୁଡ଼ିକର ଦାବି ଉପସ୍ଥାପିତ କରିଥିଲେ । ଗଜପତି କାଯ୍ୟ କରୁଥିବା ଜିଲ୍ଲାର ଅଗ୍ରଣୀ ଜନ ସଂଗଠନ ଶ୍ରମଜୀବୀ ଏକତା ଅଭିଯାନ ତରଫରୁ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ଗ୍ରାମ ଗୁଡ଼ିକର କାର୍ଯ୍ୟକାରୀ କମିଟି ସଭ୍ୟଙ୍କ ଦ୍ଵାରା ପୂର୍ବରୁ ସ୍ଵନ୍ତତ୍ର ପଲ୍ଲୀସଭାରେ ଚାଷ ନିମନ୍ତେ ଜଳର ସମସ୍ୟାର ନିରାକରଣ ନିମନ୍ତେ ନିଆଯାଇଥିବା ନିଷ୍ପତ୍ତି ଓ ସାମୁହିକ ଯୋଜନା ଉପରେ ଦାବିପତ୍ର ସରପଞ୍ଚ ଜରିଆରେ ଗ୍ରମାସଭାକରେ ଦିଆଯାଇଥିଲା । ପଞ୍ଚାୟତର ସମସ୍ତ ୱାଡ ମେମ୍ବର, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ବିଶିଷ୍ଠ ବ୍ୟକ୍ତି , କୃଷକ, ମହିଳା , ଶ୍ରମଜୀବୀ ଏକତା ମଞ୍ଚ ସଦସ୍ୟ ସହ ଆତ୍ମାଶକ୍ତି ଟ୍ରଷ୍ଟ ତରଫରୁ ଗଜପତି ଜିଲ୍ଲା ମ୍ୟାନେଜର ଶ୍ରୀ ଆଶିଷ ବେହେରା ଓ ମୋହନ ବ୍ଲକ ସଂଯୋଜକା ଶ୍ରୀମତୀ ଗିତାରାନୀ ଦୋରା ସହ ପଞ୍ଚାୟତ ଅଧିନସ୍ଥ ୧୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଉପସ୍ଥିତ ଥିଲେ ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































