ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବଡ଼ଓଲମା ଗ୍ରାମପଞ୍ଚାୟତ ପରିସରରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ
ନବରଙ୍ଗପୁର/ ଡାବୁଗାଁ ( ବସନ୍ତ କୁମାର ସ୍ବାଇଁ) : ତା. ୦୨/୧୦/୨୦୨୨ ରିଖ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ପରିସରରେ ସ୍ଵନ୍ତତ୍ର ଗ୍ରାମସଭା ଅନୁଷ୍ଠିତ ହୋଯାଇଅଛି । ଏହି ପଞ୍ଚାୟତ ଅନ୍ତର୍ଗତ ୬ଟି ଗ୍ରାମର ୧୧ ୱାଡର ୱାଡ ମେମ୍ବର, ସମିତି ସଭ୍ୟ, ଗ୍ରାମବାସୀ ସହ ମହିଳା ଜନ ସୁରକ୍ଷା ମଞ୍ଚର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ବୈଠକ ପ୍ରାରମ୍ଭରେ ସରପଞ୍ଚ ଶ୍ରୀମତୀ ବୁଦାଇ ଭତ୍ରା ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଫୋଟରେ ପୁଷ୍ପ ଦେଇ ଭକ୍ତିପୂତ ନମନ କରିଥିଲେ । ସେହି ମହାମାନବଙ୍କ ଜନ୍ମ ଦିନରେ ସ୍ଵାଧୀନତା ସଂଗ୍ରାମ, ବିଶ୍ୱରେ ଶାନ୍ତି ଓ ଗ୍ରାମ ବିକାଶରେ ସେମାନଙ୍କ ଅବଦାନ , ନିଷ୍ଠାପର ଉଦ୍ୟମ, ସମାଜ ସେବା, ନୀତି ଓ ଆଦର୍ଶ ଆଜି ମଧ୍ୟ ସମସ୍ତଙ୍କ ପାଇ ଗ୍ରହଣୀୟ ବୋଲି କହିଥିଲେ । ଏହାପରେ ପଞ୍ଚାୟତ ପରିସରରେ ସ୍ଵନ୍ତତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଥିବା ଲୋକମାନେ ସେମାନଙ୍କର ମୌଳିକ ସମସ୍ୟା, ସାମୁହିକ ଅସୁବିଧା ଓ କାଯ୍ୟ ଯୋଜନା ଉପରେ ଦାବି ଉପସ୍ଥାପିତ କରିଥିଲେ । ସାନଓଲମା, ଭାଲୁଗୁଡ଼ା ଗ୍ରାମ ସହ ପଞ୍ଚାୟତ ଅଧିନସ୍ଥ ଅନ୍ୟ ଗ୍ରାମର ବିଭିନ୍ନ ସମସ୍ୟା ଓ କାଯ୍ୟ ଯୋଜନା ଗୁଡ଼ିକୁ ଲିଖିତ ଭାବେ ଉପସ୍ଥାପିତ କରିଥିଲେ। ସ୍ଵନ୍ତତ୍ର ପଲ୍ଲୀସଭାରେ ଚାଷ ନିମନ୍ତେ ଜଳର ସମସ୍ୟାର ନିରାକରଣ ନିମନ୍ତେ ନିଆଯାଇଥିବା ନିଷ୍ପତ୍ତି ଉପରେ ଦାବିପତ୍ର ସରପଞ୍ଚ ଜରିଆରେ ଗ୍ରମାସଭାକୁ ଦିଆଯାଇଥିଲା । ଆଜିର ଏହି ସ୍ଵନ୍ତତ୍ର ଗ୍ରାମସଭାରେ ସରପଞ୍ଚ ଶ୍ରୀମତୀ ବୁଦାଇ ଭାତ୍ରାଙ୍କ ବୈଠକରେ ଅଧ୍ୟକ୍ଷତା କରିଥିଲେ । ପଞ୍ଚାୟତର ସମିତି ସଭ୍ୟ ଲଖିଚାନ୍ଦ ଭତ୍ରା, ନାୟବ ସରପଞ୍ଚ ମୋହନ ମିର୍ଗାନି, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ପୁସରାମ ମାଲି, ପଞ୍ଚାୟତର ବିଶିଷ୍ଠ ବ୍ୟକ୍ତି ଶ୍ରୀ ଡମ୍ବରୁ ଭତ୍ରା, ରାଜେନ୍ଦ୍ର କୁମାର ବିଷୋୟୀ, ଜଗଦୀଶ ଭତ୍ରା, ନରି ବିଶୋଇ, ଧରମ ପୂଜାରୀ, ହେମାଦ ବିଶୋଇ, ନରହରି ବିଶୋଇ, ଦୁର୍ଯ୍ୟଧନ ଭତ୍ରା, ୱାଡ ମେମ୍ବର , ଆତ୍ମାଶକ୍ତି ଟ୍ରଷ୍ଟ ଅନୁଷ୍ଠାନର ଶ୍ରୀ ବସନ୍ତ କୁମାର ସ୍ବାଇଁ ଓ ଲିଲେଶ୍ୱରୀ ନାୟକ ସହ ବଡଓଲମା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତି, କୃଷକ, ମହିଳା ଗୋଷ୍ଠୀ ସହ ୭୦ରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତର ଶ୍ରୀ ଧନ ରନ୍ଧାରି ଓ ପଞ୍ଚାୟତ କର୍ମୀମାନେ ଗ୍ରାମସଭା ଆୟାଜନରେ ସହଯୋଗ କରିଥିଲେ ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































