ଦୁର୍ଗାପୁଜା ରେ ଅଘଟଣ ପୋଖରୀରେ ବୁଡି ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ
ଫୁଲବାଣୀ( ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ର କୋଣ ଅନୁକୋଣରେ ବର୍ତମାନ ଦଶହରା ପାଇଁ ଗାଁ ଠାରୁ ସହର ସବୁଠି ଉତ୍ସବ ର ମାହୋଲ ଚାଲିଥିବା ବେଳେ ଏକ ଦୁଃଖଦ ଖବର ଆସିଛି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବନ୍ଧଗଡ଼ଅଂଚଳରୁ I ବନ୍ଧଗଡ଼ ଗାଁ ର ଅଧୁଷ୍ଠାତ୍ରୀ ଦେବୀ ମା ବରାଳଦେବୀ ଙ୍କ ମନ୍ଦିର ପାଖରେ ଥିବା ପୋଖରୀରେ ବୁଡି ଯାଇ ଜଣେ ୫୫ ବର୍ଷର ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି I ତେବେ ମୃତ ବ୍ୟକ୍ତି ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ର ହୋଇଥିବା ବେଳେ ତାଙ୍କ ନା ଗୁମାନ ସିଂ ସାହାଣୀ ବୋଲି ଜଣାପଡିଛି I ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ଗତକାଲି ବନ୍ଧଗଡ଼ ଗାଁ ରେ ରହୁଥିବା ତାଙ୍କ ଭଉଣୀ ଘରକୁ କୌଣସି କାମରେ ଆସିଥିଲେ I ଆଜି ସକାଳ ପ୍ରାୟ ଦଶଟା ସମୟରେ ତାଙ୍କ ଭିଣୋଇ ଙ୍କ ସହ ପୋଖରୀକୁ ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ିଯାଇ ଥିଲେ I ଖବର ପାଇଁ ସାରଙ୍ଗଗଡ଼ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ପ୍ରାୟ ଦୁଇଘଣ୍ଟା ପରିଶ୍ରମ କଲା ପରେ ପୋଖରୀରୁ ମୃତ ଦେହ ଉଦ୍ଧାର ହୋଇଥିଲା I ଅନ୍ୟପଟେ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଂଚି ଶବ ଜବତ କରିବା ସହ ଶବର ପଞ୍ଚନାମା କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି I
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































