ପୁରୁଣା କଟକ ସମ୍ବଲପୁର ରାସ୍ତା ପାଲଟିଛି ମରଣଯନ୍ତା, ଅଭୟ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦେଲେ ଦାବିପତ୍ର, ସାତଦିନ ମଧ୍ୟରେ ରାସ୍ତାରେ ହେବ କାମ
ଆଠଗଡ଼(ଉଲ୍ଲାପ୍ର )ପୁରୁଣା କଟକ ସମ୍ବଲପୁର ରାସ୍ତା ପାଲଟିଛି ମରଣଯନ୍ତା, ଏହି ରାସ୍ତା ଖାଲ ଖମା ଯୋଗୁ ଗାଡି ଚାଳକ ମାନେ ଏହି ରାସ୍ତାରେ ଗାଡିନେବାକୁ ଭୟ କରୁଛନ୍ତି, ଅନ୍ୟ ପକ୍ଷରେ ପ୍ରତେକ ଦିନ ଏହି ରାସ୍ତାର କନ୍ତ୍ତୋଲ ଠାରୁ ଧବଳେଶ୍ୱର ପର୍ଯ୍ୟନ୍ତ ଦୁର୍ଘଟଣା ମାନ ଘଟୁଛି, ବଡ଼ବଡ଼ ଗର୍ତ୍ତ ରାସ୍ତାରେ ହୋଇଥିବା ଯୋଗୁ ୨ ଚକିଆ ଗାଡି ଯିବା ମଧ୍ୟ ବିପଦ୍ଜନକ ହୋଇଛି, ଏହି ରାସ୍ତା କଟକ ଓ ଭୁବନେଶ୍ୱର ରୁ ସିଧାସଳଖ ସଂଯୋଗ କରୁଛି ପଶ୍ଚିମାଞ୍ଚଲ କୁ ଏବଂ ଛତିଶଗଡ ଓ ମଧ୍ୟପ୍ରଦେଶ କୁ,ଏହି ରାସ୍ତା ଉପରେ ଗତ ସପ୍ତାହ ରେ ଉଦୟ ଲାବଣ୍ୟ ରେ ଏକ ଖବର
ପ୍ରକାଶ ପାଇଥିଲା, ବିଧାୟକଙ୍କୁ ଏହି ରାସ୍ତାରେ ଚଲେଇକି ନେବାକୁ ଲେଖା ଯାଇଥିଲା,ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି ହଜାର ହଜାର ସାଧାରଣ ଲୋକ, ବିଶେଷକରି ଏହି ରାସ୍ତାରେ ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର ରହିଥିବାଯୋଗୁ ପ୍ରତେକଦିନ କାର୍ତ୍ତିକ ମାସରେ ହଜାର ହଜାର ଭକ୍ତଙ୍କ ସମାଗମ ହେବାରେ ଲାଗିଛି, ଆଗକୁ ବଡଓଷା ଓ ପୁର୍ଣିମା ଥିବା ଯୋଗୁ ପୀଠକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଥିବାରୁ ଏହି ରାସ୍ତା ଚଳଚଞ୍ଚଳ ରହିବ, ତେଣୁ ଆଠଗଡ ଯୁବ ସଂଗଠକ ଅଭୟ ବାରିକ ନିଜ ସମର୍ଥକ ମାନଙ୍କୁ ନେଇ ଚୌଦ୍ୱାର ଚାରବଟିଆ ପୂର୍ତ୍ତବିଭାଗ ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଏହି ରାସ୍ତା ଉପରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଆସନ୍ତା ସାତଦିନ ମଧ୍ୟରେ ଯଦି ରାସ୍ତା କାର୍ଯ୍ୟ ନହୁଏ ତେବେ କଖଡ଼ି ଠାରେ ରାସ୍ତାରୋକ କରାଯିବ ବୋଲି ଦାବିପତ୍ରରେ ଦର୍ଶାଯାଇଛି, ଏହି ସବୁ ଅଭିଯୋଗ ପାଇବା ପରେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆସନ୍ତା ସାତଦିନ ମଧ୍ୟରେ ପୁରୁଣା କଟକ ସମ୍ବଲପୁର ରାସ୍ତା କାର୍ଯ୍ୟ ହେଵବୋଲି ଅଭୟ ବାରିକଙ୍କୁ ପ୍ରତିଶୃତି ଦେଇଛନ୍ତି, ଏହି ଦାବିପତ୍ର ଦେବା ସମୟରେ କଖଡ଼ିର ପୂର୍ବତନ ସରପଞ୍ଚ ସୁନୀଲ ସୁତାର, ମନୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ,ଗତ କିଛିଦିନ ତଳେ ଏହି ରାସ୍ତାରେ ଅହିଂସା ରଥ ଆସିଥିଲା,
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































