୧୨୭ ବାଟାଲିୟନ୍ ସିଆରପିଏଫ୍ ପକ୍ଷରୁ ନିଆରା ପ୍ରୟାସ: ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ବାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୨୭ ବାଟଲିୟନ୍ ସିଆରପିଏଫ୍ ଏବଂ ନେହୁରୁ ଯୁବକେନ୍ଦ୍ର ଫୁଲବାଣୀ ପକ୍ଷରୁ ତା:୧୬/୧୦/୨୦୨୨ ଠାରୁ ତା:୨୨/୧୦/୨୦୨୨ ପର୍ଯ୍ୟନ୍ତ ଅହମଦାବାଦ ଗୁଜୁରାଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡିଶାର କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକର ୪୦ ଜଣ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତାକାଲି ଅର୍ଥାତ୍ ତା:୧୩/୧୦/୨୦୨୨ ରେ ଗୁଜୁରାଟର ଅହମଦାବାଦ ପଠାଯିବ । ଏନେଇ ଆଜି ବୁଧବାର ବାଲିଗୁଡ଼ା ସ୍ଥିତ ସଭାଗୃହ ଠାରେ ୧୨୭ ବାଟାଲିୟନ୍ ସଆରପିଏଫ୍ ଦ୍ବାରା ପ୍ରତିଯୋଗୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଛି । ପ୍ରତିଯୋଗୀଙ୍କୁ ୧୨୭ ବାଟାଲିନର କମାଣ୍ଡେଣ୍ଟ ଆନନ୍ଦ ଝା, ଉପ କମାଣ୍ଡେଣ୍ଟ ଅଜିତ ସି ବାବୁ,ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ନେହେରୁ ଯୁବ କେନ୍ଦ୍ରର ନବନିତ୍ କୁମାର କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଆଦିବାସୀ ଯୁବ ଛାତ୍ରଛାତ୍ରୀଙ୍କର ବ୍ୟକ୍ତିତ୍ଵର ବିକାଶ କରିବା ସହ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରେରିତ କରିଥିଲେ । ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ସିଆରପିଏଫ୍ ର ଏହି ପ୍ରୟାସକୁ ସ୍ବାଗତ ଜଣାଇଛନ୍ତି । ସେପଟେ ସେମାନଙ୍କ ପାରମ୍ପାରିକ ସାଂସ୍କୃତିକ ବିକାଶକୁ ସମୃଦ୍ଧ କରିବା ତଥା ସଂସ୍କୃତି କଳା, ଭାଷା,ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ବିଚାରର ଆଦାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ ବୋଲି କହିଛନ୍ତି କମାଣ୍ଡେଣ୍ଟ ଆନନ୍ଦ ଝା । ଏହି କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ୍ ଆନନ୍ଦ ଝା ଙ୍କ ସମେତ ଉପ କମାଣ୍ଡେଣ୍ଟ ଅଜିତ୍ ସି ବାବୁ, ସହାୟକ କମାଣ୍ଡେଣ୍ଟ ରାହୁଲ ମାଲପୁତ୍ର, ସହାୟକ କମାଣ୍ଡେଣ୍ଟ ଶ୍ରୀ ପ୍ରଦୀପ ପି.କେ ଏବଂ ୧୨୭ ବାଟାଲିନର ସମସ୍ତ ଯବାନ ଉପସ୍ଥିତ ଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































