ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ଦାଦାଗିରି ଓ ପକ୍ଷପାତିତା ନେଇ ଏସପିଙ୍କୁ ଅଭିଯୋଗ କଲେ ଆଠଗଡ ଗ୍ରାମବାସୀ
କଟକ (ଉଲ୍ଲାପ୍ର )ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ଦାଦାଗିରି ସହିତ ପକ୍ଷପାତିତା ଅଭିଯୋଗ ନେଇ ତାତିଛନ୍ତି ଆଠଗଡ ଗ୍ରାମବାସୀ, ଗତ ସପ୍ତାହରେ ଆଠଗଡ ଯୁବ ସଂଗଠକ ଅଭୟ ବାରିକ ଆଠଗଡ ତହସିଲ ଘେରାଉ କରିଥିଲେ, ଏଥିରେ ତାଙ୍କର ହଜାର ହଜାର ସମର୍ଥକ ଏହି ଆନ୍ଦୋଳନ ରେ ଯୋଗ ଦେଇଥିଲେ, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାଅ ସ୍ୱାଇଁ ତାଙ୍କ ଭଣଜା ବାବି ଜେନା ଓ ରଞ୍ଜନ ଆଚାର୍ଯ୍ୟ ଙ୍କ ନାମରେ ଅଭୟଙ୍କ ସମର୍ଥକ ମାନେ ନାରାବାଜି କରିଥିବାରୁ ରଞ୍ଜନଙ୍କ ସମର୍ଥକ ଶତ୍ରୁଘନ ରାଉତ ଅଭୟଙ୍କ ସମର୍ଥକ ମାନଙ୍କ ନାମରେ ମିଥ୍ୟା ମାମଲା ଖୁଣ୍ଟୁଣୀ ଥାନାରେ ରୁଜୁ କରିଛନ୍ତି, ଏହାର
ପ୍ରତିବାଦରେ ଅଭୟଙ୍କ ଶହଶହ ସମର୍ଥକ କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସପିଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏସପି ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଯେଉଁଥିରେ ଦର୍ଶାଇ ଖୁଣ୍ଟୁଣୀ ଥାନା ଅଧିକାରୀ ଜାଣିଶୁଣି ବିଧାୟକଙ୍କ କଥାରେ ପଡି ଯୋଉମାନେ ଅଭୟଙ୍କ ଶୋଭାଯାତ୍ରା ରେ ଯୋଗ ଦେଇଥିଲେ ସେହି ବ୍ୟକ୍ତି ମାନଙ୍କ ନାମରେ ଖୁଣ୍ଟୁଣୀ ଥାନାରେ ମିଥ୍ୟା ମାମଲା ରୁଜୁ କରାଯାଇଛି, ଯାହାକି ଗଣତନ୍ତ ରେ ଏଭଳି ମିଥ୍ୟା ମାମଲା ହେବାକଥା ନୁହେଁ, ପୋଲିସ ନିକଟରେ ଯିଏ ଯାହା ଅଭିଯୋଗ କଲା ପୋଲିସ ତାକୁ ତଦନ୍ତ କରି ମାମଲା ରୁଜୁ କରିବା କଥା, ହେଲେ ଖୁଣ୍ଟୁଣୀ ଥାନା ଅଧିକାରୀ ତଦନ୍ତ ନକରି ବିଧାୟକଙ୍କ କଥାରେ ଉଠ ବସ ହୋଇ ମାମଲା ରୁଜୁ କରିଥିବାରୁ ଅଭୟଙ୍କ ସମର୍ଥକ ମାନେ ଘୋର ନିନ୍ଦା କରିଛନ୍ତି, କଟକ ଗ୍ରାମାଞ୍ଚଳ ଏସପି ଏହି ଅଭିଯୋଗ ପାଇବା ପରେ ଅତିରିକ୍ତ ଏସପି ଙ୍କ ଦ୍ୱାରା ତଦନ୍ତ କରାଯିବ ବୋଲି କହିଛନ୍ତି, ଆଠଗଡ ରେ ଆସ୍ତେ ଆସ୍ତେ ରଣେନ୍ଦ୍ର ଙ୍କ ସମର୍ଥକ ଓ ଅଭୟଙ୍କ ସମର୍ଥକଙ୍କ ମଧ୍ୟରେ ରାଜନୈତିକ ଉଷ୍ମତା ଦେଖାଯିବା ଆରମ୍ଭ ହେଲାଣି,
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































