କନ୍ଧମାଳ ରେ ୬୫ ନୂତନ ପ୍ରକଳ୍ପ ଦ୍ୱାରା ୧୨୯୨ ହେକଟର ଜମି ଜଳସେଚିତ
ଫୁଲବାଣୀ (ସୁନୀଲ ପଟନାୟକ )
ଚାଷୀ ଓ ଚାଷ ର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି lଆଉ ଅଧିକ ରୁ ଅଧିକ ଚାଷ ଜମି ଯେପରି ଜଳ ସେଚିତ ହୋଇପାରିବ ସେଥି ପାଇଁ
ଅନେକ ଯୋଜନା କରିଛନ୍ତି ସରକାର l ଆଉ ଆରଆଇଡ଼ିଏଫ ଯୋଜନା ମାଧ୍ୟମ ରେ ଉଠା ଜଳସେଚନ ବିଭାଗ ଦ୍ୱାରା କନ୍ଧମାଳ ଜିଲ୍ଲାର ୧ ୨ ଟି ବ୍ଲକ ରେ ୬୫ ଟି ପ୍ରୋଜେକ୍ଟ ମାଧ୍ୟମ ରେ ୧୨୯୨ ହେକ୍ଟର ଚାଷ ଜମି କୁ ଜଳ ସେଚନ ଯୋଗାଇଦେବାଲାଗି ପ୍ରକଲ୍ପକାର୍ଯ୍ୟ ଆରମ୍ଭ ହୋଇଛି l ଏହି ୬ ୫ ଟି ପ୍ରକଳ୍ପ ରେ ଉଠା ଜଳସେଚନ ବିଭାଗପକ୍ଷରୁ ଵି କେ ଭି ୱାଇ ରେ ୧ ୭ କୋଟି ୯ ୬ ଲକ୍ଷଟଙ୍କା ବ୍ୟୟ କରାଯିବ ବୋଲି ଫୁଲବାଣୀ ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ରୁଦ୍ର ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି l
ବର୍ତମାନ ସୁଧା ୧ ୩ ଗୋଟି ପ୍ରକଲ୍ପକାର୍ଯ୍ୟ ସରିଛି l ଆଉ ୫ ୨ ଟି ପ୍ରକଳ୍ପ ର କାର୍ଯ୍ୟ ଆରମ୍ଭ ହୋଇଛି ଓ ମାର୍ଚ୍ଚ ୨0୨୩ ସୁଧା ସରିବବୋଲି ନିର୍ବାହୀ ଯନ୍ତ୍ରୀ ଇଂ. ମିଶ୍ର କହିଛନ୍ତିl
ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ ରୁଦ୍ର ପ୍ରସାଦ ମିଶ୍ର ଙ୍କ ବ୍ୟକ୍ତିଗତ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟଦକ୍ଷତା ସହ ଉନ୍ନତ ଜ୍ଞାନ କୌଶଳ ଯୋଗୁଁ ଜିଲାରେ ଚାଷୀ ମାନଙ୍କ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ସଂଭବ ହେବା ସହ ସହକାରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କ ଆଗ୍ରହ ଓ ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପ୍ରକଳ୍ପ ଗୁଡିକଉଚ୍ଚ ମାନ ର ହେବା ସହ ନିର୍ଧାରିତ ସମୟ ସୀମା ମଧ୍ୟରେ ସରିପାରୁଛି ଆଉ ଚାଷୀ ଉପକୃତ ମଧ୍ୟ ହେଇପାରୁଛନ୍ତି l
ବିଭାଗ ସୁତ୍ର ରୁ ଜଣାପଡିଛି ଯେ, ବାଲି ଗୁଡା ବ୍ଲକ ରେ ୨୨ ଗୋଟି ପ୍ରକଳ୍ପଜରିଆରେ ଚାରିଶ ଚାଳିଶ ହେକ୍ଟର, ଚକାପାଦ ରେ ଚାରି ଟି ପ୍ରକଳ୍ପ ମାଧ୍ୟମ ରେ ୭ ୬ ହେକ୍ଟ ର, ଦାରିଙ୍ଗବାଡି ୫ ଟି ପ୍ରକଳ୍ପ ଦ୍ୱାରା ୧ 00ହେକ୍ଟର, କ. ନୂଆଗାଁ ରେ ୬ ଟି ପ୍ରକଳ୍ପ ରେ ୧୨0ହେକ୍ଟର, ଖଜୁରୀପଡାରେ ଦୁଇଟି ପ୍ରକଳ୍ପ ରେ ଚାଳିଶ ହେକ୍ଟର, ଫିରିଙ୍ଗିଆ ରେ ୯ ଟିରେ ୧ ୭ ୬ ହେକ୍ଟର, ଫୁଲବାଣୀ ରେ ୬ ଟିରେ ୧ ୨ 0ହେକ୍ଟର, ରାଇକିଆ ଗୋଟି ଏ ପ୍ରକଳ୍ପଦ୍ୱାରା କୋଡିଏ ହେକ୍ଟର, ଟିକାବାଲି ରେ ତିନୋଟି ରେ ୬ 0ହେକ୍ଟର, ଓ ତୁମୁଡିବନ୍ଧ ବ୍ଲକ ରେ ୭ ଟି ପ୍ରକଳ୍ପ ଜରିଆରେ ଶହେ ଚାଳିଶ ହେକ୍ଟର ଏଭଳି ମୋଟ ୧ ୨ ୯ ୨ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ ବୋଲି କୁହାଯାଇଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































