ସ୍ୱାଧୀନତାର ୭୫ ବର୍ଷ ପରେ ଵି ଜୀବନକୁ ବାଜି ଲଗାଇ ଦଉଡି ସାହାଯ୍ୟରେ ନଦୀପାର
ଫୁଲବାଣୀ (ସୁନୀଲ ପଟନାୟକ )
ଦେଶ ସ୍ୱାଧୀନତା ର ୭୫ ବର୍ଷ ବିତି ଲାଣି ହେଲେ ନଦୀ ଉପରେ ପୋଲ ଟିଏ ନିର୍ମାଣ ହୋଇପାରିଲା ନାହିଁ ଫଳରେ ବର୍ଷା ଆସିଲେ ନଦୀରେ ପାଣି ଆସିଲେ ଲୋକ ଜୀବନ କୁ ବାଜି ଲଗାଇ ଦଉଡି ସାହାଯ୍ୟରେ ରାହୁଲ ନଦୀ ପାର ହେଉଛନ୍ତି l
ଦଉଡି ଧରି ସମସ୍ତେ ଧାଡ଼ିବାନ୍ଧି ଆସୁଛନ୍ତି lଦଉଡି ଛିଡିଗଲେ ଜୀବନ ଚାଲିଯିବା ଭୟ ରହିଛି l
ପୋଲ ଟିଏ ନିର୍ମାଣ କରିବାକୁ ଗ୍ରାମବାସି ବାରମ୍ବାର ଦାବୀ କରିଆସୁଥିଲେ ଵି ସରକାର ପୋଲ ନିର୍ମାଣ କରୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସି l
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧ ବ୍ଲକ ସିରଲା ପଂଚାୟତ
ରେ l ଏହି ପଂଚାୟତ ଅନ୍ତର୍ଗତ ଲିଙ୍ଗିରପଦର, ପୀଡ଼ାମାହା,ପଙ୍ଗଲ ପଦର, ଆଦି ଗ୍ରାମ ର ଲୋକେ ନଦୀ ଆରପଟେ ରହୁଛନ୍ତି l ଫଳରେ ବର୍ଷା ଦିନରସେମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର କିଣିବା ପାଇଁପ୍ରତିଦିନ ନିକଟସ୍ଥ ସୁବର୍ଣ ଗିରି, କୋଟଗଡ଼ବଜାର ଉପରେ ଉପରେ ନିର୍ଭର କରିଥାନ୍ତି lଖରାଦିନେ ପାଣି ଶୁଖିଯିବା ଫଳରେ ଯେମିତି ସେମିତି ଯିବା ଆସିବା କରିହୁଏ ହେଲେ ବର୍ଷା ଦିନରେ ରାହୁଲ ନଦୀ ବାଧକ ସାଜିଥାଏ ବୋଲି ସରପଞ୍ଚ ନୃସୁଙ୍ଗା ପାଟ ମାଝୀ, ୱାର୍ଡ ମେମ୍ବର ସଂଜ ମଳିକ ପ୍ରମୁଖ କହିଛନ୍ତି l ନିର୍ବାଚନ ସମୟ ରେ ନେତା ଭୋଟ ପାଇଁ ଗାଁ କୁ ଆସିଲେ ପୋଲ କରିଦେବୁ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ଆଉ ଭୋଟ ସରିଲେ ଭୁଲିଯାଉଛନ୍ତି l ଆଉ ଆସୁନାହାନ୍ତି l
ରାହୁଲ ନଦୀ ଉପରେ ପୋଲ ନିର୍ମାଣ ନହେଲେ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରାଯିବ ବୋଲି ସରପଞ୍ଚ ପାଟମlଝି ଓ ଗ୍ରାମବାସି ଚେତାବନୀ ଦେଇଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































