ଶୌଚ କରିବାକୁ ଯାଇଥିବା ବେଳେ ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏତଲା ଦେଲେ ହତ୍ୟା କରିବାକୁ ଧମକ
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ରେ ଜଣେ ବିବାହିତ ମହିଳା କୁ ଦୁଷ୍କର୍ମ ଓ ପରେ ହତ୍ୟା ଧମକ ଦେଇଥିବା ନେଇ ପୀଡ଼ିତା ଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ରାତିରେ ବାହାରକୁ ବିବାହିତା ମହିଳା ଜଣକ ଶୌଚ କରିବାକୁ ଯାଇଥିବା ବେଳେ ଛୁରୀ ଦେଖାଇ ଦୁଷ୍କର୍ମ କରିଥିବା ବେଳେ ଏହି ବିଷୟ ଥାନାରେ କିମ୍ବା ଅନ୍ୟ କାହାରିକୁ ଜଣାଇଲେ ଜୀବନରେ ମାରିଦେବା ନେଇ ଦୁଷ୍କର୍ମ କରୀଙ୍କ ତିନି ସହଯୋଗୀ ଧମକ ଦେଇଥିଲେ। ଅଭିଯୋଗ ପ୍ରକାରେ କୋଟଗଡ ଥାନା କେଶ ନଂ.୧୦୯/୨୨ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ସମ୍ପୃକ୍ତ ଦୁଷ୍କର୍ମ କାରୀ ବ୍ୟକ୍ତିକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ କୋଟଗଡ଼ ଥାନା ଅଞ୍ଚଳରୁ। ସୂଚନା ପ୍ରକାରେ ଜଣେ ବିବାହିତ ମହିଳା ତାଙ୍କ ବାପଘର କୋଟଗଡ଼ ଥାନା ଓରା ଗ୍ରାମପଞ୍ଚାୟତ ଅଞ୍ଚଳକୁ କିଛି ଦିନ ହେବ ଆସିଥିଲେ । ଗତ ୧୯ ତାରିଖ ରାତି ୮ଟା ସମୟରେ ମହିଳା ଜଣକ ଘରେ ବାହାରକୁ ଶୌଚ ହେବାକୁ ଯାଇଥିବା ବେଳେ ସେହି ଅଞ୍ଚଳର ଦାମୋଦର ନାୟକ ନାମକ ଜଣେ ବ୍ୟକ୍ତି ସମ୍ପୃକ୍ତ ମହିଳାଙ୍କୁ ଛୁରୀ ଦେଖାଇ ଭୟଭୀତ କରାଇ ଦୁଷ୍କର୍ମ କରିଥିବା କୋଟଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ କୋଟଗଡ଼ ଥାନା ଅଧିକାରୀ ଧିରଜ କୁମାର ଲେଙ୍କା ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଏତଲା ରେ ଧମକ ଦେଇଥିବା ଦାସ ନାୟକ, ପଟ୍ଟନାୟକ ନାୟକ, ଓ ଜଳନ୍ଧର ବଳିଆରସିଂ ଏହି ତିନି ଜଣ ବ୍ୟକ୍ତିକୁ ପୋଲିସ ଅଟକ ରଖି ପଚରା ଉଚରା ଜାରୀ ରଖିଛି ।ମହିଳା ଜଣକ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ଅଞ୍ଚଳରେ ବିବାହ କରିଥିବା ବେଳେ କିଛି ଦିନ ହେବ ନିଜ ବାପ ଘର କୋଟଗଡ଼ ଥାନା ଓରା ଅଞ୍ଚଳକୁ ଆସିଥିବା ବେଳେ ଏଭଳି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି କୋଟଗଡ଼ ପୋଲିସ୍।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































