ନୂଆପଦର ରେ କାଳୀ ପୂଜା # ଯୁବସମାଜ ସମାଜର ହିତ ପାଇଁ ଉତ୍ସର୍ଗୀକୃତ ହେବା ଆବଶ୍ୟକ!
ଫୁଲବାଣୀ(ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନର୍ଗତ ନୂଆପଦର ରେ ମା କାଳୀଙ୍କର ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି! ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି କାଳୀପୂଜା ଦୀର୍ଘ ପ୍ରାୟ ପଚାଶ ବର୍ଷ ଧରି ପାଳନ ହୋଇ ଆସୁଅଛି! ପୂବର୍ତନ ସମିତି ଅଧକ୍ଷ ତଥା ମନ୍ତ୍ରୀ ପଦ୍ମନାଭ ବେହେରା ନୂଆପଦର ରେକାଳୀ ପୂଜା ର ଶୁଭ ଆରମ୍ଭ କରିଥିଲେ! ଏହି ପୂଜାରେ ପୂରପଲ୍ଲୀ ଓ ସହର ର ହଜାର ହଜାର ଲୋକଙ୍କର ସମାଗମ ହୁଏ! ଆଲୋକ ର ପର୍ବ ଦୀପାବଳି ମଧ୍ୟ ଧୂମଧାମ ରେ ପାଳିତ ହୋଇଥିଲା! ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଯୁବକ ସଂଘ ର ଭକ୍ତି ଭାବ ଦେଖି ଭୁୟସୀ ପ୍ରଶଂସା କରିଥିଲେ!ଯୁବକମାନେ ଆଧ୍ୟାତ୍ମିକତା ଚିନ୍ତାଧାରା କୁ ବଜାୟ ରଖିବା ସହ ସ ଯୁବକ ମାନେ ସମାଜର ସାମୁହିକ ପ୍ରଗତୀ ପାଇଁ ମଧ୍ୟ ସଂକଳ୍ପବଦ୍ଧ ହେବା ଆବଶ୍ୟକ ରହିଛି ବୋଲି କହି ଥିଲେପୂର୍ବତନ ମନ୍ତ୍ରୀ ପଦ୍ମନାଭl ଏହି ଅବସର ରେ ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ମାକାଳୀଙ୍କର ଭଜନ ଗାନ କରିଥିଲେ! ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ତଥା ବିଜେପି ର ଜିଲ୍ଲା ଉପସଭାପତି ଅଜିତ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଯୁବକ ମାନଙ୍କୁ ସାଧୁବାଦ ଜଣାଇ ଯୁବକ ମାନେ ଦେଶ ଗଠନରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ ବୋଲି କହିଥିଲେl ଯୁବକସଙ୍ଘ ତଥା କାଳୀପୂଜା କମିଟି ର ସଭାପତି କାମାକ୍ଷା ନାଏକ କମିଟିର ଉନ୍ନତି ପାଇଁ ସମସ୍ତଙ୍କର ସହାୟତା ଓ ଆଶ୍ରିବାଦ ଲୋଡ଼ିଥିଲେ! କମିଟିର ଉପସଭାପତି ରଘୁପତି କଂହର ବାର୍ଷିକ ବିବରଣୀ ପାଠ କରି ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ! ଉତ୍ସବରେ ରୁକସନା ମେଲୋଡି, ଓ ସ୍ଥାନୀୟ ଗଣ୍ଡାପଡା ଗ୍ରାମର ମହାଭାରତ ଏବଂ ଶ୍ରୀପଲ୍ଲା ଗ୍ରାମର ରାମାୟଣ ନାଟକଆଦି ପ୍ରଦର୍ଶିତ ହୋଇଥିଲା!ଏହାଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































